ଅଭିଯୁକ୍ତ ଗୋପାଳ ଦାସର ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି ଯେ, ମୁଁ ଗୋପାଳର ସୁରକ୍ଷା ନେଇ ବହୁତ ଚିନ୍ତିତ । ଗୋପାଳଙ୍କୁ ନେଇ କେଉଁ ଅବସ୍ଥାରେ କଣ କରାଯାଇପାରେ । ରାଜ୍ୟ ପୋଲିସ ଉପରେ ଭରସା ନାହିଁ । କେନ୍ଦ୍ରୀୟ ସୁରକ୍ଷା ଦିଆଯାଉ । ଗୋପାଳର କିଛି କ୍ଷତି ହେଲେ ରାଜ୍ୟ ସରକାର ଦାୟୀ ରହିବେ । ସରକାର ଆଉ ବିଳମ୍ବ ନକରି ସିବିଆଇ ତଦନ୍ତ ପାଇଁ ସୁପାରିସ କରନ୍ତୁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here