ରାଜ୍ୟରେ ବଢ଼ି ଚାଲିଥିବା ବେକାରୀ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାବାକୁ ନିଷ୍ପତ୍ତି ନେଇଛି ଭାରତୀୟ ଜନତା ପାର୍ଟୀ । ଆସନ୍ତା ଫେବୃୟାରୀ ୭ରେ ବିଧାନସଭା ଘେରିବ ବିଜେପି ଯୁବ ମୋର୍ଚ୍ଚା । ଏ ନେଇ ସୂଚନା ଦେଇଛନ୍ତି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ । ସଭାପତି ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ନିଯୁକ୍ତି ନ ଦେଇ କେନ୍ଦ୍ରର ବିଭିନ୍ନ ନିଯୁକ୍ତି ପ୍ରକ୍ରିୟାରେ ଓଲଟା ବାଧକ ସାଜୁଛି । ଯାହା ପାଇଁ ରାଜ୍ୟରେ ସମସ୍ତ ବର୍ଗରେ ବେକାରୀ ସମସ୍ୟା ଉତ୍କଟ ହେବାରେ ଲାଗିଛି । ଏଥିପାଇଁ ୧୯ ବର୍ଷର ନବୀନ ସରକାର ଦାୟୀ ବୋଲି ସେ କହିଛନ୍ତି । ଗତ ଦୁଇ ଦିନ ତଳେ ଡିଗ୍ରୀ ଫେରାଇବାକୁ ଆସିଥିବା ଯୁବକମାନଙ୍କୁ ରାଜ୍ୟ ସରକାର ପୋଲିସ ଲଗାଇ ଘଉଡ଼ାଇବା ଓ ଗିରଫ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଯାହାର ବିରୋଧରେ ଯୁବ ମୋର୍ଚ୍ଚା ଆସନ୍ତା ୭ ତାରିଖରେ ବିଧାନସଭା ଘେରାଉ କରି ନିଜର ହକ୍‌ ପାଇଁ ଲଢ଼ିବ ବୋଲି ଟଙ୍କଧର କହିଛନ୍ତି ।

LEAVE A REPLY

Please enter your comment!
Please enter your name here