ଏସୀୟ କ୍ରୀଡାରେ ଭାରତର ଐତିହାସିକ ସଫଳତା । ପ୍ରଥମଥର ପାଇଁ ଭାରତ ଏସୀୟ କ୍ରୀଡାରେ ଶହେରୁ ଅଧିକ ପଦ ହାସଲ କରିଛି । 107 ପଦକ ଭିତରେ ଭାରତ 28ଟି ସ୍ବର୍ଣ୍ଣ ପଦକ ପାଇଥିବା ବେଳେ 38ଟି ରୌପ୍ୟ ଏବଂ 41ଟି ବ୍ରୋଞ୍ଚ ପଦକ ହାସଲ କରିଛି । ଭାରତ ଏସୀୟ କ୍ରୀଡାରେ ବିଭିନ୍ନ ବିଭାଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସହ ପଦକ ତାଲିକାରେ ସମ୍ମାନଜନକ ସ୍ଥାନ ବଜାୟ ରଖିବାରେ ସକ୍ଷମ ହୋଇଛି । ଚାଇନା 382 ପଦକ ହାସଲ କରି ଶୀର୍ଷରେ ରହିଥିବା ବେଳେ ଜାପାନ 186 ଓ କୋରିଆ 190 ପଦକ ପାଇଛନ୍ତି । ଭାରତର ସ୍ଥାନ ପଦକ ତାଲିକାରେ ଚତୁର୍ଥରେ ରହିଛି । ଅନ୍ୟପକ୍ଷରେ ପାକିସ୍ତାନ ମାତ୍ର ତିନୋଟି ପଦକ ହାସଲ କରିଛି । ତିନୋଟି ପଦକ ମଧ୍ୟରେ ଗୋଟିଏ ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଚ ପଦକ ହାସଲ କରି ପଦକ ତାଲିକାରେ 31 ତମ ସ୍ଥାନରେ ରହିଛି । ।