କରୋନାକୁ ନେଇ ଲକ୍ ଡାଉନ, ସଟ୍ ଡାଉନଠୁ ନେଇ କେତେ କଣ ହେଇଗଲା I ଜନତା କର୍ଫ୍ୟୁ ପାଳନ କରି ଲୋକେ ଥାଳି, ଗିନା ବି ବାଡେଇଲେ I ରାସ୍ତାରେ ଅମାନିଆ ଲୋକଙ୍କୁ ପୋଲିସ ଗୋରୁଗାଇ ଭଳିଆ ବାଡେଇଲା I କରୋନା ସଂକ୍ରମଣକୁ ରୋକିବା ପାଇଁ ଏମିତି ଢଙ୍ଗରେ ମୁକାବିଲା କରୁଥିଲେ ରାଜ୍ୟ ଓ କେନ୍ଦ୍ର ସରକାର I ମାତ୍ର ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ଯେତିକି ବଢି ବଢି ଚାଲିଲା, ସରକାର ଏବେ ସେତିକି କୋହଳ କରି କରି ଚାଲିଛନ୍ତି I ଲକ୍ଷଣ ନଥିବା କରୋନା ପଜିଟିଭ ରୋଗୀ ଯଦି ଚାହିଁବେ, ଘରେ ରହି ଚିକିତ୍ସିତ ହୋଇପାରିବେ ବୋଲି ସରକାର କହିଛନ୍ତି I କେବଳ ଅଲଗା ଘର ଓ ଅଲଗା ପାଇଖାନା ଥିବା ଆବଶ୍ୟକ I ରାଜ୍ୟ ସରକାର ସମଗ୍ର ଦେଶରେ ପ୍ରଥମେ ସ୍ବତନ୍ତ୍ର କୋଭିଡ ହସପିଟାଲ କରି ମାର୍ଗଦର୍ଶକ ସାଜିଥିବା ବେଳେ ଏବେ କରୋନା ରୋଗୀ ଘରେ ରହି ଚିକିତ୍ସିତ ହୋଇପାରିବେ ବୋଲି ନିଷ୍ପତ୍ତି ନେବା ସମସ୍ତଙ୍କୁ ଚକିତ କରିଛି I

LEAVE A REPLY

Please enter your comment!
Please enter your name here