ଜେଲରେ ସଜା ବଦଳରେ ମନ୍ତ୍ରୀଙ୍କୁ ମିଳୁଛି ଭିଭିଆଇପି ମଜା । ଜେଲ ଭିତରେ ପ୍ରତ୍ୟକ ଦିନ ଚାଲୁଛି ମନ୍ତ୍ରୀଙ୍କୁ ମସାଜ୍ । ଫୁଟ ମସାଜ୍ , ହେଡ୍ ମସାଜର ମଜା ନେଉଛନ୍ତି ମନ୍ତ୍ରୀ । ଦିଲ୍ଲୀର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମାଲିସ କରୁଥିବା ଭିଡିଓ ଏବେ ବହୁଳ ମାତ୍ରାରେ ଭାଇରାଲ ହେଉଛି । ଅର୍ଥ ହେରଫେର ମାମଲାରେ ଗିରଫ ହୋଇ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବେ ତିହାର ଜେଲରେ ରହିଛନ୍ତି । ୫ ମାସ ହେଲା ବେଲ୍ ବି ମିଳୁନି । କିନ୍ତୁ ତାଙ୍କୁ ଜେଲ୍ ଭିତରେ ଯେପରି ସୁବିଧା ସୁଯୋଗ ମିଳୁଛି ତାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ଏନେଇ ଆପ୍ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି, କଂଗ୍ରେସ ।

LEAVE A REPLY

Please enter your comment!
Please enter your name here