ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ସଂପତ୍ତି ଆଟାଚ୍ କରିଛି ଇଡି । ଏସବିଆଇ ବ୍ୟାଙ୍କ ଆକାଉଣ୍ଟରେ ଥିବା 25 ଲକ୍ଷ ଟଙ୍କା ଏବଂ ନୂଆଦିଲ୍ଲୀ ସ୍ଥିତ ନୋଏଡାରେ ଥିବା ମିଡିଆ ଗୁରୁ ସଂପତ୍ତିକୁ ଆଟାଚ୍ କରିଛି ଇଡି । ମୋଟ 3 କୋଟି 92 ଲକ୍ଷ 20 ହଜାର ଟଙ୍କାର ସଂପତ୍ତି ଆଟାଚ୍ କରିଛି ଇଡି । ଏକ ମନି ଲଣ୍ଡରିଂ ମାମଲାରେ ପ୍ରଭାତ ବିଶ୍ବାଳଙ୍କ ସଂପତ୍ତି ଆଟାଚ୍ ହୋଇଥିବା ବେଳେ ଜାଲ କମ୍ପାନୀ ଯୋଗେ ଅର୍ଥ ହେରଫେର ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଅଣସ୍ୱିକୃତୀପ୍ରାପ୍ତ ସଂସ୍ଥା କରି ଲୋକଙ୍କ ଠାରୁ ଟଙ୍କା ଆଣି ହେରଫେର କରିଥିବା ଅଭିଯୋଗ ହୋଇଥିଲା । ଘଟଣାକୁ ନେଇ ୨୦୧୯ରେ ଗିରଫ ହୋଇଥିଲେ ପ୍ରଭାତ ବିଶ୍ୱାଳ । ସେତେବେଳେ ସିବିଆଇ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରିଥିଲା । ପରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ମୁକୁଳିଥିଲେ । ପୂର୍ବରୁ ଚିଟଫଣ୍ଡ କମ୍ପାନୀ ସିସୋର ସହ ମଧ୍ୟ ପ୍ରଭାତ ବିଶ୍ୱାଳଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା । ଏବେ ତାଙ୍କ ସମ୍ପତିକୁ ଆଟାଚ କରିଛି ଇଡି । ଆୟ ବର୍ହିଭୂତ ସମ୍ପତି ଥିବା ନେଇ ତଦନ୍ତ କରୁଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ଯାହାକୁ ନେଇ ଆଜି ୩ କୋଟିରୁ ଉଦ୍ଧ୍ୱର୍ ସମ୍ପତିକୁ ଇଡି ଆଟାଚ୍ କିରିଛି ।

LEAVE A REPLY

Please enter your comment!
Please enter your name here