ଅହମ୍ମଦାବାଦ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ କୋହିଲଙ୍କ ‘ବିରାଟ’ ଶତକ । ଟେଷ୍ଟ କ୍ୟାରିୟରର ୨୮ ତମ ଶତକ ହାସଲ କଲେ କୋହଲି । ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ଟେଷ୍ଟରେ ଶତକ ପୂରଣ କଲେ ।୨୦୧୯ ନଭେମ୍ବର ପରେ ଟେଷ୍ଟରେ ପୁଣି ୩ ଅଙ୍କ ଛୁଇଁଲେ । ଅନ୍ତର୍ଜାତୀୟ କ୍ରିକେଟରେ ୭୫ ତମ ଶତକ କରିବାର ରେକର୍ଡ । ଓଡିଆଇରେ ୪୬, ଟେଷ୍ଟରେ ୨୮, ଓ ଟିଟ୍ୱେଣ୍ଟିରେ ଗୋଟିଏ ଶତକ । ଅଷ୍ଟ୍ରେଲିଆର ପ୍ରଥମ ଇନିଂସର ବିଶାଳ ସ୍କୋର୍ ପରେ ଯେତେବେଳେ ଟିମ୍‌କୁ ରନ୍‌ର ଆବଶ୍ୟକତା ଥିଲା, ସେତେବେଳେ ସେଞ୍ଚୁରି ମାରି ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇବାରେ ସାହାଯ୍ୟ କରିଛନ୍ତି କୋହଲି ।

LEAVE A REPLY

Please enter your comment!
Please enter your name here