ବହୁ ଚର୍ଚ୍ଚିତ ନୟାଗଡର ସେଇ କୁନି ଝିଅ ପରୀ ଘଟଣା । ପରୀ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଦୁଷ୍କର୍ମ ପରେ ପରୀକୁ କରାଯାଇଛି ହତ୍ୟା । ଏସଆଇଟି ପକ୍ଷରୁ ଦାଖଲ ହୋଇଥିବା ଷ୍ଟାଟସ ରିପୋର୍ଟରେ ବୁଧବାର ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ପରୀର ପୋଷାକରୁ ଦୁଷ୍କର୍ମ ପ୍ରମାଣ ମିଳିଥିବା ସୂଚନା ମିଳିଛି । ଆଜି ହାଇକୋର୍ଟରେ ପ୍ରାଥମିକ ତଦନ୍ତ ରିପୋର୍ଟକୁ ଏକ ବନ୍ଦ ଲଫାପାରେ ଏସଆଇଟି ତରଫରୁ ଦାଖଲ କରାଯାଇଥିଲା । ଏଥିରେ ହତ୍ୟାର ମୂଳ କାରଣ ଦୁଷ୍କର୍ମ ବୋଲି କୁହାଯାଇଛି । ତେବେ ପରୀ ମୃତ୍ୟୁକୁ ଚାରି ମାସ ବିତି ଯାଇଥିଲେ ମଧ୍ୟ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ପୂର୍ବରୁ ପରୀର ନିଖୋଜ ପଛରେ ଅଙ୍ଗ ତସ୍କରୀ ହୋଇଥିବା ପରୀର ବାପା ଅଭିଯୋଗ କରିଥିଲେ । ତେବେ ପରୀକୁ ଦୁର୍ଷ୍କମ କରାଯାଇଥିବା ଭଳି କଥା ପଦାକୁ ଆସିବା ପରେ ଏହା ପଛରେ କାହାର ହାତ ରହିଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here