କ୍ରିକେଟ ମଇଦାନରେ ସବୁଠୁ ବୟସ୍କା ଫ୍ୟାନ. ବିଶ୍ବକପରେ ଭାରତ ବାଂଲାଦେଶ ମ୍ୟାଚ ଚାଲିଥିବା ବେଳେ ଷ୍ଟାଡିଅମରେ ଭରପୁର ଦର୍ଶକଙ୍କ ଭିତରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ସେ. କ୍ରିକେଟକୁ ବେଶ୍ ଉପଭୋଗ କରୁଥିବା ଏହି ବୟସ୍କା ମହିଳାଙ୍କୁ ନେଇ ଖୁବ୍ ଚର୍ଚ୍ଚା . ମ୍ୟାଚ ସରିବା ପରେ ଭାରତୀୟ କ୍ରିକେଟ ଟିମକୁ ବେଶ୍ ଉତ୍ସାହିତ କରୁଥିବା ଏହି ମହିଳାଙ୍କୁ ଭେଟିବାକୁ ଆସିଥିଲେ ଟିମ ଇଣ୍ଡିଆ  ରୋହିତ ଶର୍ମା ଓ ବିରାଟ କୋହଲି. 87 ବର୍ଷିୟା ଏହି ମହିଳା ହେଲେ ଚାରୁଲତା ପଟେଲ . ଷ୍ଟାଡିଅମରେ ବେଶ୍ ଜୋସରେ ଥିଲେ ଚାରୁଲତା. ଖୁସିରେ କୋହଲିଙ୍କୁ କୁଣ୍ଢେଇ ପକାଇଥିଲେ ସେ  ଗେଲ ବି କରିଥିଲେ. ଆଉ ଭାରତୀୟ ଟିମକୁ ବିଶ୍ବକପ୍ ଜିତିବାର ଆଶୀର୍ବାଦ ମଧ୍ୟ ଦେଇଥିଲେ.

LEAVE A REPLY

Please enter your comment!
Please enter your name here