ଚାରିଦିନିଆ ଓଡିଶା ଗସ୍ତରେ ଆସି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମୟୁରଭଞ୍ଜର ପ୍ରତ୍ୟକ୍ଷ ଠାକୁରାଣୀ ମା କିଚକେଶ୍ବରୀଙ୍କୁ ଦର୍ଶନ କରିଛନ୍ତି । ନୂଆଦିଲ୍ଲୀରୁ ଝାଡଖଣ୍ଡ ରାଞ୍ଚିରେ ପହଞ୍ଚିବା ପରେ ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମୟୁରଭଞ୍ଜର ଖିଚିଂରେ ଥିବା କିଚକେଶ୍ବରୀ ମନ୍ଦିରକୁ ଆସିଥିଲେ । ମା କିଚକେଶ୍ବରୀଙ୍କ ନିକଟରେ ସ୍ବତନ୍ତ୍ର ପୂଜା ଆଳତୀ କରିବା ପରେ ଚନ୍ଦ୍ରଶେଖର ମହାଦେବଙ୍କ ପୂଜା ଆଳତୀ କରିଥିଲେ । ସେଠାରେ ସେ, ତାଙ୍କ ଝିଅ ଏବଂ ରାଜ୍ୟପାଳ ରଘୁବର ଦାସ କଦଳୀପତ୍ରରେ ଅନ୍ନ ପ୍ରଦାସ ସେବନ କରିଥିଲେ । ମହୁଲଡିହାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଲୋକାର୍ପଣ କରିବା ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ପ୍ରସାଦ ଯୋଜନାରେ ଖିଚିଂର କିଚକେଶ୍ବରୀ ମନ୍ଦିରକୁ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଧନ୍ୟବାଦ ଜଣାଇଥିଲେ । ଶ୍ରୀମତୀ ମୁର୍ମୁ କହିଥିଲେ, ଏ ମାଟି ତାଙ୍କୁ ମହାମହିମର ପରିଚୟ ଦେଇଛି । ତେଣୁ ସେ ଏ ମାଟିକୁ କେମିତି ଭୁଲିପାରିବେ ବୋଲି କହିଥିଲେ ।
ଚାରିଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଆସନ୍ତାକାଲି କେନ୍ଦୁଝର ଯାଇ ଗୋନାସିକା କଦଳୀବାଡି ଗାଁର ଆଦିମ ଅଧିବାସୀଙ୍କୁ ଭେଟିବା ସହ ଧରଣୀଧର ବିଶ୍ବବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରୁ ଭୁବନେଶ୍ବର ଆସି ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଏବଂ ମାର୍ଚ୍ଚ 1 ତାରିଖେରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here