ହିମାଚଳ ପ୍ରଦେଶରେ ସଂଖ୍ୟା ଗରିଷ୍ଠତା ନ ଥାଇ ବି ବିଜେପି ରାଜ୍ୟସଭା ନିର୍ବାଚନ ଜିତିଲା । ବିଜେପିର ଏହି ନିର୍ବାଚନ ସହ ରାଜ୍ୟରେ କ୍ଷମତାସୀନ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି । ହିମାଚଳପ୍ରଦେଶରେ 68 ଆସନ ବିଶିଷ୍ଟ ବିଧାନସଭାରେ ବିଜେପିର ମାତ୍ର 25 ଜଣ ବିଧାୟକ ରହିଛନ୍ତି । କଂଗ୍ରେସ ମନୁ ସିଘଭିଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ହର୍ଷ ମହାଜନଙ୍କୁ ପ୍ରାର୍ଥୀ କରିଥିଲା । ତେବେ ସଂଖ୍ୟା ଗରିଷ୍ଠତା ଥାଇ ବି କଂଗ୍ରେସ ବିଧାୟକଙ୍କ କ୍ରସଭୋଟିଂ ଯୋଗୁ ଦଳୀୟ ପ୍ରାର୍ଥୀ ଙ୍କୁ ସଂଖ୍ୟାଗରିଷ୍ଠ ସମର୍ଥନ ମିଳି ନଥିଲା । କଂଗ୍ରେସ ବିଧାୟକଙ୍କ କ୍ରସଭୋଟିଂ ଏବେ ଦଳୀୟ ନେତୃତ୍ବ ପାଇଁ ଚିନ୍ତାର କାରଣ ହୋଇଛି । ଅନ୍ୟପକ୍ଷରେ ବିରୋଧୀ ବିଜେପି ରାଜ୍ୟର କଂଗ୍ରେସ ସରକାର ବିରୋଧରେ ଅନାସ୍ଥା ଆଣିବାକୁ ଯୋଜନା କରୁଛି ।

LEAVE A REPLY

Please enter your comment!
Please enter your name here