ରାଣୀ ଏଲିଜାବେଥଙ୍କ ଦେହାନ୍ତ ପରେ ଆଜି ବିଧିବଦ୍ଧ ଭାବେ ବ୍ରିଚେନର ରାଜା ଭାବେ ଦାୟିତ୍ବ ନେଇଛନ୍ତି ତାର୍ଲସ ତୃତୀୟ । ରାଣୀ ଏଲିଜାବେଥଙ୍କ ପୁଅ ଚାର୍ଲସ ତୃତୀୟଙ୍କୁ ବ୍ରିଟେନର ରାଜା ଭାବେ ଘୋଷଣା କରିବା ପରେ ପରେ ଦେଶବାସୀଙ୍କୁ ଅତି ଭାବୋଦ୍ଦିପକ ଉଦବୋଧନ ଦେଇଛନ୍ତି । ରାଣୀଙ୍କ ନିଧନ ଖବର ଦେଶବାସୀଙ୍କୁ ଜଣାଇବା ମୋର ଏକ ଦୁଃଖଦ କର୍ତ୍ତବ୍ୟ ବୋଲି କହିଛନ୍ତି ସେ । କିଙ୍ଗ ଚାର୍ଲସ ତୃତୀୟଙ୍କୁ ରାଜା ଭାବେ ଘୋଷଣା କରାଯିବା ଅବସରରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଚାର୍ଲସ ତୃତୀୟଙ୍କ ବୟସ ଏବେ 73 ବର୍ଷ ।

LEAVE A REPLY

Please enter your comment!
Please enter your name here