ରାଜ୍ୟରେ ୨୪ ଘଣ୍ଟାରେ ୮୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୭୯ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୫୧୮ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୩୬୧ । ଖୋର୍ଦ୍ଧାରୁ ସର୍ବାଧିକ ୧୪୪ ଓ ସୁନ୍ଦରଗଡରୁ ୧୩୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆପଡା-୬୧, ବରଗଡ-୫୩, କଟକ-୫୦, ସମ୍ବଲପୁର-୪୮, ପୁରୀ-୪୫, କଳାହାଣ୍ଡି-୪୩, ଷ୍ଟେଟ୍‌ପୁଲ-୩୨, ଗଞ୍ଜାମ-୩୧, ମୟୂରଭଞ୍ଚ-୨୯, ବଲାଙ୍ଗୀର-୨୬, କେନ୍ଦୁଝର-୨୫, ଝାରସୁଗୁଡା-୨୩, ବାଲେଶ୍ୱର-୨୨, ଅନୁଗୁଳ-୨୦, ନବରଙ୍ଗପୁର-୧୯, ଭଦ୍ରକ-୧୭, ଯାଜପୁର-୧୫, ରାୟଗଡା-୧୩, କେନ୍ଦ୍ରାପଡା-୯, ନୟାଗଡ-୬, କୋରାପୁଟ, କନ୍ଧମାଳରୁ ୫ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁବର୍ଣ୍ଣପୁର, ଜଗତସିଂହପୁରରୁ ୨, ବୌଦ୍ଧ, ଗଜପତି, ଦେବଗଡରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୩,୪୫, ୫୨୬ । ସୁସ୍ଥ ହେଲେଣି ୩,୩୮, ୬୬୨ ଏବଂ ଆକ୍ଟିଭ୍ କେସ୍ ରହିଛି ୪,୮୮୮ ।

LEAVE A REPLY

Please enter your comment!
Please enter your name here