ଚାଷୀ ଆନ୍ଦୋଳନ ସମାଧାନର ବାଟ କାଢିବାରେ ଫେଲ୍ ହେଲେ ସରକାର I ଚାଷୀ ସମଗଠନ ସହ ବାରମ୍ବାର ଆଲୋଚନା ବିଫଳ ହେଲା I କୃଷି ଆଇନରେ ସଂଶୋଧନ କରିବା ପାଇଁ ସରକାର ପ୍ରସ୍ତୁତ କରିଥିବା ଚିଠା ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦେଲେ ଚାଷୀ I ଏଭଳି ସ୍ଥିତିରେ ଚାଷୀ ଆନ୍ଦୋଳନ ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଥିବା ବେଳେ ଚାଷୀ ଆନ୍ଦୋଳନକୁ ମୁକାବିଲା କରିବା ପାଇଁ ଅଣ୍ଟା ଭିଡିଛି ବିଜେପି I କୃଷି ଆଇନ ଚାଷୀଙ୍କ ହିତ ପାଇଁ କରାଯାଇଛି ଏବଂ ଏହି ଆଇନ ସଂପର୍କରେ ଚାଷୀଙ୍କୁ ବୁଝାଇବା ପାଇଁ ଦଳ ସାତଶହ ଜିଲ୍ଲାରେ କାର୍ଯ୍ୟକ୍ରମ ଆୟୋଜନ କରିବ ବୋଲି ଘୋଷଣା କରିଛି I 12 ତାରିଖରୁ ଚାଷୀ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ଦିଲ୍ଲୀ ଜୟପୁର ରାଜପଥ ଅବରୋଧ କରିବାକୁ ଚାଷୀ ସଂଗଠନ ନିଷ୍ପତ୍ତି ନେଇଛି I ଦିଲ୍ଲୀରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି I ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି, ଚାଷୀ ଆନ୍ଦୋଳନର କୌଣସି ଆଧାର ନାହିଁ ଏବଂ ଏହି ଆନ୍ଦୋଳନ ପଛରେ ଦେଶବିରୋଧୀ ଲୋକଙ୍କ ହାତ ରହିଛି I ଆନ୍ଦୋଳନ କରୁଥିବା ଚାଷୀ ପ୍ରକୃତ ଚାଷୀ ନୁହଁନ୍ତି ବୋଲି କହିଛନ୍ତି I ପୂର୍ବରୁ ସଂସଦରେ କୃଷି ଆଇନକୁ ସମର୍ଥନ ଦେଇଥିବା ବିଜେଡି ଏବେ ଚାଷୀ ଆନ୍ଦୋଳନକୁ ନୈତିକ ସମର୍ଥନ ଦେଉଛି ବୋଲି କହି ନିଜ ସ୍ଥିତି ସଜାଡିବାକୁ ଉଦ୍ୟମ କରୁଛି I

LEAVE A REPLY

Please enter your comment!
Please enter your name here