ଆଜି ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟିକୁ ଲାଗିଛି ଏକ ଶକ୍ତ ଝଟକା । ଆଜି ସାତ ଜଣ ସାଂସଦ ଦଳରୁ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ବିଜେପି ଉପରେ ବର୍ଷିଛନ୍ତି । ଆଜି ଆପ୍ ଦଳର ଦୁଇ ତୃତୀୟାଂଶ ରାଜ୍ୟସଭା ସାଂସଦ ଦଳ ଛାଡ଼ିଛନ୍ତି । ରାଘବ ଚଢାଙ୍କ ସମେତ ୭ ଜଣ ରାଜ୍ୟସଭା ସାଂସଦ ଆପ୍ ଦଳରୁ ସମୂହ ଇସ୍ତଫା ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ରାଘବ ଚଢା, ହରଭଜନ ସିଂହ, ସ୍ୱାତି ମାଲୀୱାଲ, ରାଜେନ୍ଦ୍ର ଗୁପ୍ତା, ସନ୍ଦୀପ ପାଠକ, ବିକ୍ରମଜୀତ ସାହନୀ ଏବଂ ଅଶୋକ ମିତ୍ତଲ ।ଏବେ ଆପ୍ ନିକଟରେ ମୋଟ ୧୦ ଜଣରୁ ୩ ଜଣ ସାଂସଦ ରହିଛନ୍ତି । ସଞ୍ଜୟ ସିଂହ କହିଛନ୍ତି, ପଞ୍ଜାବରେ ଅପରେସନ୍ ଲୋଟସ୍ ଚାଲିଛି । ଏହା ପଞ୍ଜାବ ଜନତାଙ୍କ ପିଠିରେ ଛୁରା ମାଡ଼ ଅଟେ ଏବଂ ପଞ୍ଜାବ ଜନତା କେବେବି ମୋଦୀ, ଅମିତ ଶାହ ଏବଂ ରାଘବ ଚଢାଙ୍କୁ କ୍ଷମା ଦେବେ ନାହିଁ ବୋଲି । ସଞ୍ଜୟ ସିଂ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ଦଳ ବିଭାଜନର ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସମସ୍ତ ସାଂସଦ ଦଳ ଛାଡ଼ିବା ବିଜେପିର ଏକ ବଡ଼ ଷଡ଼ଯନ୍ତ୍ର ଅଟେ । ରାଘବ ଚଢ଼ାଙ୍କ ଠାରୁ ଆରମ୍ଭ କରି ଅଶୋକ ମିତ୍ତଲ, ସ୍ୱାତୀ ମାଲେୱାଲ, ହରଭଜନ ସିଂ ଏ ସମସ୍ତଙ୍କୁ ପଞ୍ଜାବ ଜନତା ମାଟିରୁ ଉଠାଇ ସଂସଦକୁ ପଠାଇଲେ । କିନ୍ତୁ ଏ ସମସ୍ତେ ମିଶି ପଞ୍ଜାବ ଜନତାଙ୍କୁ ଧୋକା ଦେଇ ତାଙ୍କ ପିଠିରେ ଛୁରା ମାଡ଼ କରିଛନ୍ତି । ଏମାନଙ୍କୁ କେବେବି ପଞ୍ଜାବ ଜନତା କେବେ କ୍ଷମା କରିବେ ନାହିଁ । ଏହା ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀଙ୍କ ଏକ ଘୃଣ୍ୟ ଖେଳ । ଭଗବନ୍ତ ମାନ ସରକାରଙ୍କୁ ତଳକୁ କରିବାକୁ ଏଭଳି ଷଡ଼ଯନ୍ତ୍ର କରିଛନ୍ତି ।ପ୍ରଶାସନିକ କଳ ଅପବ୍ୟବହାର କରାଯାଉଛି । ପଞ୍ଜାବ ସରକାର ସହିତ ‘ଅପରେସନ୍ ଲୋଟସ୍’ ଖେଳ ଚାଲିଛି । ସମସ୍ତ ସାଂସଦଙ୍କ ଭଙ୍ଗା ଯାଉଛି । ଏହା ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ସଞ୍ଜୟ ସିଂହ କହିଛନ୍ତି ।

LEAVE A REPLY

Please enter your comment!
Please enter your name here