କଟକ ଛତ୍ରବଜ଼ାର ପୋଲ ଭୁଷୁଡ଼ିଵା ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ, ତିନି ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ I ଆରଡିସି ସ୍ତରୀୟ ତଦନ୍ତ ଆଦେଶ I
ଆଜି ସନ୍ଧ୍ୟାରେ ହଠାତ ବ୍ରିଟିଶ ଅମଳର ପୋଲଟି ଭୁଷୁଡ଼ି ପଡିଥିଲା I ପୋଲ ତଳେ କିଛି ବ୍ୟବସାୟୀ ସେମାନଙ୍କ ବେପାର କରୁଥିଲେ ଓ ଆଉ କିଛି ଲୋକ ଛିଡା ହୋଇଥିଲେ I କେହି କିଛି ଭାବିବା ଆଗରୁ ପୋଲ ଭୁଷୁଡ଼ି ପଡିଥିଲା ଲୋକଙ୍କ ଉପରେ I କିଛି ଲୋକ ଚାପି ହୋଇ ରହିଯାଇଥିଲେ I ସ୍ଥାନୀୟ ଲୋକେ ଓ ଅଗ୍ନିଶମ ଏବଂ ଓଡ୍ରାଫ ଟିମ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ I ପ୍ରଥମେ ତିନିଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ପଠାଯାଇଥିଲା I ପରେ ଆଉ କିଛି ଲୋକଙ୍କୁ ଭଗ୍ନ ଅତଡ଼ା ଭିତରୁ ଉଦ୍ଧାର କରାଯାଇଥିଲା I ମାତ୍ର ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲାI ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ ଅନୁକମ୍ପା ସହାୟତା ରାଶି ଘୋଷଣା କରିଛନ୍ତି I ଘଟଣାର ଆରଡିସି ତଦନ୍ତ ଆଦେଶ ଦେଇଛନ୍ତି I

LEAVE A REPLY

Please enter your comment!
Please enter your name here