ଓଡିଶାର ମୁଖ୍ୟମନ୍ତ୍ରୀ କିଏ ? ନବୀନ ପଟ୍ଟନାୟକ ନା ପାଣ୍ଡିଆନ ବାବୁ ?
ଆପଣ ଭାବୁଥିବେ ଏମିତିକା ଅଜବ ପ୍ରଶ୍ନ କଣ ପାଇଁ । ସମସ୍ତେ ଜାଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଣି ପାଣ୍ଡିଆନଙ୍କ ପ୍ରଶ୍ନ ଉଠିଲା କୁଆଡୁ ?
ଗତକାଲି ଶେରଗଡରୁ ପୁରୀ ନୂଆ ସରକାରୀ ବସ୍ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା । ମଞ୍ଚରେ ଉପସ୍ଥିତ ଥିଲେ ଆସିକା ସାଂସଦ ପ୍ରମିଳା ବିଷୋୟୀ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ବି ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ ବସ୍ ଚଳାଚଳ ସେବା ଲୋକାର୍ପଣ କରିଥିଲେ । କିନ୍ତୁ ଭାଷଣ ଦେବା ବେଳେ ସାଂସଦ ପର୍ମିଳା ବିଷୋୟୀ କହିଲେ, “ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ ବାବୁଙ୍କୁ ମିଶନ ଶକ୍ତିର ମାଆମାନେ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ ।” ଥରେ ନୁହେଁ ଏଭଳି ଦୁଇ ଥର ସେ ଫାଇବ ଟି ସଚିବ ପାଣ୍ଡିଆନଙ୍କୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ ବାବୁ ବୋଲି ଉଚ୍ଚାରଣ କରିଥିଲେ । ଭାଷଣ ସରିଯାଇଥିଲେ ବି ନିଜ ଭୁଲ୍ ସଂଶୋଧନ କରି ନ ଥିଲେ ସାସଂଦ ପ୍ରମିଳା ବିଷୋୟୀ ।
ଏବେ ପ୍ରଶ୍ନ ଉଠୁଛି, ସାଂସଦ ପ୍ରମିଳା ବିଷୋୟୀଙ୍କ ମନରେ 5ଟି ସଚିବ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ବୋଲି ଭ୍ରମ କେମିତି ସୃଷ୍ଟି ହେଲା ।
ଅବଶ୍ୟ ଏକଥା ସତ ପ୍ରମିଳା ବିଷୋୟୀ କହିଦେଲେ, ଅନ୍ୟମାନଙ୍କ ମନରେ ଅଛି ତ ଆଉ କାହା ଜିଭ ଅଗରେ ଅଛି । ପାଣ୍ଡିଆନ ବାବୁ ସଚିବ ହେଲେ ବି କୋଉ ମୁଖ୍ୟମନ୍ତ୍ରୀଙ୍କଠୁ କମ୍ କି । ଆଜିକାଲି ମୁଖ୍ୟମନ୍ତ୍ରୀଙ୍କ ଦର୍ଶନ ମିଳୁନି । ଦଳର ନେତା, ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ହାରି ଗୁହାରୀ ବୁଝୁଥିବା ଲୋକ ହେଉଛନ୍ତି ପାଣ୍ଡିଆନ୍ । କିଏ କଣ କରିବ, କେଉଁ ଦାୟିତ୍ବ କିଏ ବୁଝିବ, ସବୁ କଥା ସମ୍ଭାଳୁଛନ୍ତି ସେ । ତେଣୁ ମନ ଭିତରର କଥା ବେଳେ ଏମିତି ବାହାରକୁ ଚବକି ଆସେ ।
ଜଣେ ସାଂସଦଙ୍କ ମୁହଁରୁ ଏକଥା ଶୁଣିଲେ ବାବୁ ବି ଖୁସ୍ । ଆଉ ଅନ୍ୟମାନେ କହିବେ, ପ୍ରମିଳା ବିଷୋୟୀ ବୟସ୍କ ଲୋକ, ହୁଏତ ଅଜାଣତରେ ଏକଥା କହିଥିବେ । ମାତ୍ର ଜାଣତରେ ହେଉ କି ଅଜାଣତରେ ଆମ ପ୍ରିୟ ପାଣ୍ଡିଆନ ବାବୁ ମୁଖ୍ୟମନ୍ତ୍ରୀ ନ ହେଲେ ବି କୋଉ ମୁଖ୍ୟମନ୍ତ୍ରୀଙ୍କଠୁ କମ୍ କି ?

LEAVE A REPLY

Please enter your comment!
Please enter your name here