କାହାପାଇଁ ଜିଲ୍ଲାପାଳ ? ଜିଲ୍ଲାବାସୀଙ୍କ ଦୁଃଖ ବୁଝିବା ପାଇଁ ତ ?

ନିଜର ଦୁଃଖ ଜଣେଇବା ପାଇଁ ଦୀର୍ଘ 65 କିଲୋମିଟର ରାସ୍ତା ତାଲି ଚାଲି ଆସିବା ପରେ ବି ଜିଲ୍ଲାପାଳଙ୍କ ମନରେ ଏତେ ଗର୍ବ, ଅହଂକାର ଯେ, ସେ ଲୋକମାନଙ୍କୁ ଦେଖା କରିବାକୁ ଆସିଲେନି । ରାତିସାରା ଚାଲି ଚାଲି ଆସିଥିବା ଆଦିବାସୀ ପୁରୁଷ, ମହିଳା ଶେଷରେ ରାସ୍ତା ଉପରେ ରାତ୍ରିଯାପନ କଲେ । ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲାରେ ।

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଓ କୁତ୍ରା ବ୍ଲକରେ ଓସିଏଲ ୭୧୭ ଏକର ଜମି ଅଧିଗ୍ରହଣ କରିବ । ଫଳରେ ଏହି ଦୁଇ ବ୍ଲକ ଅନ୍ତର୍ଗତ କେଶ୍ରାମାଲ, ଝଗରପୁର, ଅଲଣ୍ଡା, କୁକୁଡ଼ା ଏବଂ ଖଟଙ୍ଗ ପଞ୍ଚାୟତର ହଜାର ହଜାର ଆଦିବାସୀ ସେମାନଙ୍କ ଜମି ହରାଇବେ । ଜମି ଅଧିଗ୍ରହଣକୁ ଆଦିବାସୀମାନେ ବିରୋଧ କରିଆସୁଥିଲେ ହେଁ ପ୍ରଶାସନ ସେମାନଙ୍କ ଗୁହାରୀ ଶୁଣୁନାହିଁ । ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିବା ପାଇଁ ଗତ 18 ତାରିଖରୁ ହଜାର ହଜାର ଆଦିବାସୀ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ଭେଟିବାକୁ 65 କିଲୋମିଟର ରାସ୍ତା ଚାଲି ଚାଲି ଆସିଥିଲେ । କିନ୍ତୁ ଆଦିବାସୀଙ୍କ ଦାବି ଶୁଣିବା କଥା ତ ଦୂରର କଥା, ସେମାନଙ୍କୁ ଦେଖା କରିବାକୁ ବି ଆସିଲେନି ।

ଏବେ ପ୍ରଶ୍ନ ଉଠୁଛି, ଆଦିବାସୀମାନେ ଚାଲି ଚାଲି ଆସିବା ଆଗରୁ ଜିଲ୍ଲାପାଳ କାହିଁକି ସେମାନଙ୍କୁ ଦେଖା କରିବାକୁ ଗଲେନି ? ଯେଉଁ ଜିଲ୍ଲାପାଳ ଲୋକଙ୍କ ସ୍ବାର୍ଥରକ୍ଷା କରିବାରେ ଅସମର୍ଥ, ସେଭଳି ଜିଲ୍ଲାପାଳଙ୍କ ବିରୋଧରେ ସରକାର କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ଦେଖିବାର କଥା ।

LEAVE A REPLY

Please enter your comment!
Please enter your name here