ଆଉ ନାହାନ୍ତି ଖ୍ୟାତନାମା କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍. ମୁମ୍ବାଇରେ 64 ବର୍ଷ ବୟସରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି. ତେବେ ସେ ଓଲିଉଡକୁ ବିଭିନ୍ନ ପ୍ରକାର ଗୀତ ଭେଟି ଦେଇଥିଲେ ଯାହା ଆଜି ବି ସମସ୍ତଙ୍କ ମନରେ ଗୁଣୁଗୁଣୁ ହେଉଛି. ତାଙ୍କ ବିୟୋଗରେ ଉଭୟ ଓଲିଉଡ ଓ ବଲିଉଡରେ ଶୋକର ଛାୟା ଖେଳିଯାଇଛି. ସେ ବଲିଉଡରେ ବିଭିନ୍ନ କଣ୍ଠଶିଳ୍ପୀଙ୍କ ସହ ଗୀତ ଗାଇଥିବା ବେଳେ ଓଲିଉଡକୁ ମଧ୍ୟ ନିଜ ସୁମଧୁର କଣ୍ଠରେ ଅନେକ ଗୀତ ଭେଟି ଦେଇଛନ୍ତି. ଏହାଛଡା ସେ ବିଭିନ୍ନ ଓଡିଆ ଫିଲ୍ମରେ କଣ୍ଠଦାନ କରିଥିବା ବେଳେ  ଭଜନ ମଧ୍ୟ ଗାଇଛନ୍ତି. ସେ ଗାଇଥିବା ଭଜନ ମଧ୍ୟରେ ‘ତୁ ଆରେ ଫେରି ଆରେ ଅବୁଝା ପୁଅ’, ‘ମତେ କରି ଦେ ରେ ନନ୍ଦ ଲାଲା’ ଭଳି ଅନେକ ସୁୁପରହିଟ୍ ଭଜନ ଭେଟିଦେଇଥିଲେ.

LEAVE A REPLY

Please enter your comment!
Please enter your name here