ଛତିଶଗଡ ବିଜାପୁର ମାଓବାଦୀ ଆକ୍ରମଣ ସମୟରେ କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମାନହାସଙ୍କୁ ଅପହରଣ କରିନେଇଥିଲେ ମାଓବାଦୀ । ରାକେଶ୍ୱରଙ୍କ ଅପହରଣ ନେଇ ପରିବାର ଲୋକେ ଚିନ୍ତାରେ ଥିବା ବେଳେ ଆଜି ତାଙ୍କ ଫଟୋ ଛାଡିଛନ୍ତି ମାଓବାଦୀ । ରାକେଶ୍ୱର ସିଂ ମାନହାସ ସୁସ୍ଥ ଥିବା ଏବଂ ଏକ ତାଳବରଡା ଚାଳିଆ ଘରେ ବସିଥିବାର ଦେଖାଯାଉଛି । ଗତକାଲି ରାକେଶ୍ୱରଙ୍କ ପାଞ୍ଚବର୍ଷର ଝିଅ ତାଙ୍କ ବାପାଙ୍କୁ ଛାଡି ଦେବାକୁ ମାଓବାଦୀଙ୍କ ନିବେଦନ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ରାକେଶ୍ୱରଙ୍କ ଅପହରଣର ଚାରିଦିନ ବିତି ଯାଇଥିଲେ ବି ସରକାର ଏପର୍ଯ୍ୟନ୍ତ ତାଙ୍କୁ ମୁକୁଳାଇବା ପାଇଁ କୌଣସି ପଦକ୍ଷେପ ନେଇନାହାଁନ୍ତି । ରାକେଶ୍ୱରଙ୍କୁ ଫେରାଇ ଆଣିବା ପାଇଁ ଦାବି କରି ଆଜି ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି ।

LEAVE A REPLY

Please enter your comment!
Please enter your name here