Group of hackers at work with graphic user interface around

ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା କରାଯିବା ପଛରେ ରହିଛି ଟପ୍ ଲେବଲ୍ କନସ୍ପିରାସି । ଏମିତି ଆରୋପ ଲଗାଇଛି କଂଗ୍ରେସ । ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ତଥା ବରିଷ୍ଠ କଂଗ୍ରେସ ନେତା କହିଛନ୍ତି, ଜଣେ ପୋଲିସ ଅଧିକାରୀଙ୍କ ଦ୍ବାରା ନବ ଦାସଙ୍କୁ ଗୁଳି କରି ହତ୍ୟା କରିବା ପଛରେ ଷଡଯନ୍ତ୍ର ଗନ୍ଧ ଆସୁଛି । ଏହା ଏକ ମାମୁଲି ହତ୍ୟା ନୁହେଁ ବୋଲି ସେ କହିଛନ୍ତି । ହତ୍ୟାକାଣ୍ଡ ଷଡଯନ୍ତ୍ର ପଛରେ କ୍ଷମତାର ଶୀର୍ଷସ୍ତରୀୟ ବ୍ୟକ୍ତି ରହିଛନ୍ତି ବୋଲି ସେ ଆରୋପ ଲଗାଇଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ କେବଳ ଅସଲ ଦୋଷୀକୁ ସୁରକ୍ଷା ଦେବା ପାଇଁ କରାଯାଉଛି । ଯଦି ଦୋଷୀକୁ ଧରିବାର ଅଛି, ତେବେ ଏସଆଇଟି ସ୍ତରୀୟ ତଦନ୍ତ କରାଯାଉ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here