ଗୁଳି ପରେ ନବ କିଶୋର ଦାସଙ୍କର ସ୍ପଟ୍ ଡେଥ୍ ହୋଇଥିଲା । ନବ ଦାସଙ୍କର ସ୍ପଟ୍ ଡେଥ୍ ହୋଇଥିବା ନେଇ ତଥ୍ୟ ମିଳିଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ନବ ଦାସଙ୍କୁ ଗୁଳିମାଡ ପରେ ତାଙ୍କୁ ତୁରନ୍ତ ଝାରସୁଗୁଡା ହସପିଟାଲକୁ ନିଆଯାଇଥିଲା । ମାତ୍ର ହସପିଟାଲ କର୍ତ୍ତୃପକ୍ଷ ତାଙ୍କୁ ବାହାରକୁ ନେବା ପାଇଁ ରେଫର୍ କରିଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ । ନବ ଦାସ ମୃତ୍ୟୁବରଣ କରିବା ପରେ ତାଙ୍କୁ ଚପର୍ ଯୋଗେ ଆପୋଲୋ ନେବା, ଅପରେସନ କରିବା ଏବଂ ବିଳମ୍ବରେ ମୃତ୍ୟୁ ଘୋଷଣା କରିବା କେବଳ ଗୋଟେ ଡ୍ରାମା ଥିଲା ବୋଲି କହିଛନ୍ତି ଜୟନାରାୟଣ ।

LEAVE A REPLY

Please enter your comment!
Please enter your name here