ରାଜ୍ୟରେ ଚାଲିଛି ଫାଇବ୍ ଟି ଶାସନ. ଗୋଟିଏ ପରେ ଗୋଟିଏ ବିଭାଗ ଫାଇଭ୍ ଟି ରେ ସାମିଲ ହେବା ପରେ ଏବେ ସବୁଠୁ ଶକ୍ତିଶାଳୀ ଫାଇଭ୍ ଟି. ଫାଇଭ୍ ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନଙ୍କ ଅଚାନକ ଗସ୍ତ, ଆଉ ଟିକେ ଭୁଲ୍ ଦେଖିଲେ ଯେମିତି ଅଫିସରଙ୍କ ବିରୋଧରେ ଆକ୍ସନ ନେଉଛନ୍ତି, ସେଥିରୁ କର୍ମଚାରୀ ଓ ଅଫିସରଙ୍କ ନିଦ ହଜେଇ ଦେଇଛନ୍ତି ପାଣ୍ଡିୟାନ ସାର୍. ଆମେ କିନ୍ତୁ ଆପଣଙ୍କୁ ଆଜି ଏମିତି ଏକ ଜାଗାକୁ ନେଇଯିବୁ, ଯାହାକୁ ଦେଖିଲେ ପାଣ୍ଡିୟାନ୍ ସାରଙ୍କ ନିଦ ହଜିଯିବ. ଆସନ୍ତୁ ଯିବା ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକରେ ଥିବା କୃଷି କାର‌୍ୟ୍ୟାଳୟକୁ. ଜାନୁଆରୀ ମାସ ୩୧ ତାରିଖ ଶୁକ୍ରବାର ଦିନ ବାରଟା. ଆମେ ଜାଣିବାରେ ସରକାରୀ ଛୁଟି କିଛି ନାହିଁ. ମାତ୍ର ଫାଇଭ୍ ଟି ଅଧୀନରେ କାମ କରୁଥିବା କୃଷି ବିଭାଗର ବାହାନଗା ବ୍ଲକ ଅଫିସ କେମିତି ଚାଲିଛି, ଟିକେ ନଜର ପକାନ୍ତୁ..ଦେଖନ୍ତୁ ଏ ଦୃଶ୍ୟକୁ. କେତେଲୋକ ଅଫିସକୁ ଆସିଛନ୍ତି, କିଏ କାଳିଆ ଯୋଜନାରେ ଫର୍ମ ନେବାକୁ ଆସିଛି ତ ଆଉ କିଏ ଅଭିଯୋଗ କରିବାକୁ ଆସିଛି. ହେଲେ କଣ ହେବ, ଦିନ ତିନିଟା ଯାଏଁ ଅଫିସ ତାଲା ଖୋଲିଲାନି. ଶେଷରେ ରାଜ୍ୟ ସରକାରଙ୍କ କୃଷି ବିଭାଗର ସହାୟତା ନେବାକୁ ଆସିଥିବା ଚାଷୀଭାଇମାନେ ନିରାଶ ହୋଇ ଫେରିଲେ. ଆମେ କିନ୍ତୁ ଯାହା ଖବର ସଂଗ୍ରହ କଲୁ, ତାହା ହେଉଛି ବାବୁମାନେ ଘର ପ୍ରତିଷ୍ଠା ଭୋଜି ଖାଇବାକୁ ସରକାରୀ ଅଫିସକୁ ତାଲା ପକେଇ ପଳେଇଥିଲେ. ମାତ୍ର ସରକାରୀ କାର‌୍ୟ୍ୟ ଦିବସରେ ଅଫିସକୁ ତାଲା ପକାଇବାକୁ ସେମାନଙ୍କୁ ଅନୁମତି କିଏ ଦେଇଥିଲା, ସେକଥା ଆମେ ଜାଣିପାରିଲୁନି. ଏବେ ବିଭାଗରେ ଟ୍ରାନ୍ସପାରେନ୍ସି, ଟିମ୍ଓାର୍କକୁ କେମିତି ସୁଧାରିବେ, ଦାୟିତ୍ବ କୃଷିମନ୍ତ୍ରୀ ଅରୁଣ ସାହୁ ଓ ଫାଇଭ୍ ଟି ସଚିବ ପାଣ୍ଡିୟାନ୍ ସାରଙ୍କର.

LEAVE A REPLY

Please enter your comment!
Please enter your name here