ବହୁ ଅପେକ୍ଷା ପରେ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି. ପ୍ରଥମ ପର୍ଯ୍ୟାୟରେ 184 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଓଡିଶାର 10 ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି. ଭୁବନେଶ୍ବର ଲୋକସଭା ଆସନରୁ ଆଇଏଏସ ଚାକିରୀ ଛାଡି ଦଳରେ ଯୋଗ ଦେଇଥିବା ଅପରାଜିତା ଷଡଙ୍ଗୀଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡା ଲୋକସଭା ଆସନରୁ ଲଢିବେ. ସେହିପରି ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କୁ ଦଳ ନବରଙ୍ଗପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି. ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡରୁ ଜୁଏଲ ଓରାମ, ବାଲେଶ୍ବର ଲୋକସଭା ଆସନରୁ ପ୍ରତାପ ଷଡଙ୍ଗୀ, ଢେଙ୍କାନାଳରୁ ରୁଦ୍ର ପ୍ରସାଦ ପାଣି, କେନ୍ଦୁଝରରୁ ଅନନ୍ତ ନାୟକ, ବ୍ରହ୍ମପୁରରୁ ଭୃଗୁ ବକ୍ସିପାତ୍ର, ବଲାଙ୍ଗୀରରୁ ସଙ୍ଗୀତା ସିଂହଦେଓ ଏବଂ ଆସ୍କା ଲୋକସଭା ଆସନରୁ ଅନୀତା ପ୍ରିୟଦର୍ଶିନୀ ପ୍ରତିଦ୍ବନ୍ଦିତା କରିବେ.  ଦଶଜଣ ପ୍ରାର୍ଥୀଙ୍କ ମଧ୍ୟରେ ବିଜେପି ତିନିଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି.

LEAVE A REPLY

Please enter your comment!
Please enter your name here