କେନ୍ଦ୍ର ବଜେଟରେ ଆୟକର ଦାତାଙ୍କ ପାଇଁ ବଡ ରିହାତି ଘୋଷଣା କରାଯାଇଛି. ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର. ପିପିଏଫ ଓ ବୀମା କରିଥିଲେ ରିହାତି ସୀମା ସାଢେ 6 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି. କେନ୍ଦ୍ର ସରକାରଙ୍କ ଏହି ରିହାତିରେ ଦେଶର 3 କୋଟି କରଦାତା ଉପକୃତ ହେବେ ବୋଲି ବଜେଟ ଉପସ୍ଥାପନ କରି କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି. ଏଥିସହିତ ଡାକଘର ଓ ବ୍ୟାଙ୍କ ଡିପୋଜିଟରେ 40 ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ଉପରେ ସରକାର ଟିକସ ଛାଡ କରିଛନ୍ତି.

LEAVE A REPLY

Please enter your comment!
Please enter your name here