ଏଣିକି ପ୍ରେମର ପ୍ରତୀକ ତାଜମହଲରେ ହୋଇପାରିବନି ନମାଜ ପାଠ, ସୋମବାର ସୁପ୍ରିମକୋର୍ଟ ଏହି ଆବେଦନର ବିଚାର କରି ରାୟ ଶୁଣାଇଛନ୍ତି ,ରାୟ ଅନୁଯାୟୀ ମସଜିଦ୍ ରେ କେବଳ ସ୍ଥାନୀୟ ମୁସଲମାନମାନେ ଜୁମା ନମାଜ ପାଠ କରିପାରିବେ . ବିଶ୍ୱର ସପ୍ତାଶ୍ଚର୍ଯ୍ୟ ଭିତରେ ରହିଛି ତାଜମହଲ , ଏଣୁ ଏଠାରେ ନମାଜ ପାଠ କରାଯାଇପାରିବ ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟ ଳୟ, ପୂର୍ବରୁ ନମାଜ ପାଠ କରିବା ପାଇଁ ଅନୁମତି ଦେବାକୁ କୋର୍ଟରେ ଆବେଦନ କରିଥିଲେ କିଛି ସ୍ଥାନୀୟ ଲୋକ . ତାଜମହଲ ସ୍ଥିତ ମମତାଜି ମସଜିଦ୍ ରେ ପ୍ରତ୍ୟେକ ଶୁକ୍ରବାର ଦିନ ନମାଜ ପାଠ କରାଯାଏ ଏବଂ ଏହିଦିନ ତାଜମହଲ ବନ୍ଦ ରହେ .  ତାଜମହଲରେ ନମାଜ ପାଠକୁ ବିରୋଧ କରିଥିଲେ ବିଭିନ୍ନ ସଂଗଠନ . ତାଜମହଲ ମସଜିଦ୍ କମିଟି ସଭାପତି ସୟିଦ୍ ଇବ୍ରାହିମ୍ ହୁସେନ ଯାୟିଦି ଏ ସଂକ୍ରାନ୍ତରେ ପିଟିସନ ଦାଯର କରିଥିଲେ.

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ( ଆରଏସ୍ଏସ୍ ) ପକ୍ଷରୁ 2017 ମସିହାରେ ନମାଜ ପାଠ ଉପରେ ରୋକ ଲଗାଇବା ପାଇଁ ଆବେଦନ କରିଥିଲେ . ସଂଘ ଯୁକ୍ତି କରିଥିଲା ଯେ ତାଜମହଲ ଏକ ଦର୍ଶନୀୟ ସ୍ଥାନ. ମୁସଲମାନ ମାନେ ଏହାକୁ ନିଜର ଧର୍ମ ସ୍ଥାନ ଭାବି ଏଠାରେ ନମାଜ ପାଠ କରିବା ଗ୍ରହଣୀୟ ନୁହେଁ , ସଂଘର କିଛି କର୍ମକର୍ତ୍ତା ଏଠାରେ ଶିବଚାଲିଶା ପାଠ କରିବାକୁ ଚେଷ୍ଟା କରିଥିଲେ ମାତ୍ର ଏଠାରେ ମୁତୟନ ଥିବା କିଛି ଯବାନ ସେମାନଙ୍କୁ ସେଠାରୁ ହଟାଇଦେଇଥିଲେ. ଏବେ କୋର୍ଟଙ୍କ ରାଯକୁ ସ୍ୱାଗତ କରିଛି ସଂଘ .

LEAVE A REPLY

Please enter your comment!
Please enter your name here