ରାଜଧାନୀରେ ଆଉ ଚଳିବନି ହିରୋଗିରି । ମାନିବାକୁ ପଡିବ ଟ୍ରାଫିକର ସବୁ ରୁଲ ଆଣ୍ଡ ରେଗୁଲେସନ । କେବଳ ଟ୍ରାଫିକ ନୁହେଁ ରାସ୍ତାରେ ଯିବା ପାଇଁ ତର ତର ହେଉଥିବା ଚାଳକଙ୍କ ପାଇଁ ଏଣିକି ମହଙ୍ଗା ପଡିବ । ସାପ ଭଳି ସର ସର ଗାଡି ଚଲାଇ ହିରୋଗିରି ଦେଖାଉଥିବା ପିଲାଙ୍କୁ ଧରିବ ଡ୍ରୋନ୍ । ରାଜଧାନୀ ଭୁବନେଶ୍ୱରରେ ବେପରୁଆ ଭାବରେ ଗାଡ଼ି ଚଳାଉଥିବା ଲୋକଙ୍କ ଉପରେ ଲଗାମ ଲଗାଇବାକୁ କମିଶନରେଟ୍‌ ପୋଲିସ କଡ଼ା ନିୟମ ଆଣିବାକୁ ଯାଉଛି । ଓଭର୍‌ ଟେକିଂ କଲେ କିମ୍ବା ଲେନ୍‌ରେ ନ ଗଲେ ଚାଳକଙ୍କୁ ଜୋରିମାନେ ଦେବାକୁ ପଡ଼ିବ । ଏମିତିକି ଜୋରିମାନା ଟଙ୍କା ମଧ୍ୟ ବଢ଼ାଇ ଦିଆଯାଇଛି । ଏପରିକି ଚାଳକଙ୍କ ଉପରେ ନଜର ରଖିବାକୁ ଟ୍ରାଫିକ ପୋଲିସ ଟେକ୍ନୋଲୋଜିର ସାହାଯ୍ୟ ନେଇଛି । ଡ୍ରୋନ୍‌ କ୍ୟାମେରା ବେପରୁଆ ଗାଡ଼ି ଚାଳକଙ୍କୁ ଚିହ୍ନଟ କରିବ । ଏ ନେଇ ସୂଚନା ଦେଇଛନ୍ତି ନୂତନ ପୋଲିସ କମିଶନର୍‌ ସୁଧାଂଶୁ ଷଡ଼ଙ୍ଗୀ । ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପଠାରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦର ପର୍ଯ୍ୟନ୍ତ ରାସ୍ତାକୁ ‘ନୋ ଓଭର୍‌ ଟେକିଂ ଜୋନ୍‌’ ଭାବରେ ଘୋଷଣା କରାଯାଇଛି । ଏହି ରାସ୍ତା କୌଣସି ଗାଡ଼ି ଅନ୍ୟ ଗାଡ଼ିକୁ ଓଭର୍‌ ଟେକ୍‌ କରିକି ଯାଇ ପାରିବେ ନାହିଁ । ଅନ୍ୟପକ୍ଷରେ ସାରା ରାଜ୍ୟରେ ସେପ୍ଟେମ୍ବର ପହିଲାରୁ ଜୋରିମାନା ରାଶି ମଧ୍ୟ ବଢ଼ାଇ ଦିଆଯିବ । ପୂର୍ବରୁ ଲାଇନସେନ୍ସ ନ ଥିଲେ କିମ୍ବା ଅଧିକ ବେଗରେ ଗାଡ଼ି ଚଳାଇଲେ ୫୦୦ ଦେବାକୁ ପଡ଼ୁଥିବା ବେଳେ ଏଣିକି ୫୦୦୦ ଟଙ୍କା ଦେବାକୁ ପଡ଼ିବ । ସେହିପରି ମଦ ପିଇ ଗାଡ଼ି ଚଳାଇଲେ ୨୦୦୦ ବଦଳରେ ୧୦ ହଜାର ଟଙ୍କା ଜୋରିମାନା ଦେବେ । ସିଟ୍‌ ବେଲ୍ଟ ବାନ୍ଧି ନ ଥିଲେ ୧୦୦ ଟଙ୍କା ବଦଳରେ ଏକ ହଜାର ଟଙ୍କାର ଦେବେ । ସେହିପରି ଦୁଇ ଚକିଆ ଯାନରେ ତିନି ଜଣ ଗଲେ ୧୦୦ ଟଙ୍କା ବଦଳରେ ୨ ହଜାର ଟଙ୍କା ଦେବାକୁ ପଡ଼ିବ ।

LEAVE A REPLY

Please enter your comment!
Please enter your name here