ଓଡିଶାରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଆଜି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରାଏଲ ରନରେ ହାଓଡାରୁ ପୁରୀ ଗଡିଛି । ସକାଳ 6 ଟା 10 ମିନିଟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରୀ ଅଭିମୁଖେ ହାଓଡା ଷ୍ଟେସନ ଛାଡିଥିଲା ଏବଂ 12ଟା 35 ମିନିଟରେ ପୁରୀରେ ପହଞ୍ଚିବା ପାଇଁ ସମୟ ସ୍ଥିର କରାଯାଇଛି । ସେହିପରି ଦିନ ଗୋଟାଏ ପଚାଶରେ ପୁରୀ ଷ୍ଟେସନରୁ ହାଓଡା ଅଭିମୁଖେ ଯାତ୍ରା ଆରମ୍ଭ କରିବ ଏବଂ ରାତି ସାଢେ 8ଟାରେ ହାଓଡାରେ ପହଞ୍ଚିବ । ହାଓଡାରୁ ପୁରୀ ମଧ୍ୟରେ ବନ୍ଦେ ଭାରତ ଖଡଗପୁର, ଭଦ୍ରକ, ଯାଜପୁର, କଟକ ଓ ଖୋର୍ଦ୍ଧା ଷ୍ଟେସନରେ ଦୁଇ ମିନିଟ ଲେଖାଁଏ ରହିବ ।
‘ବନ୍ଦେ ଭାରତ’ ଏକ୍ସପ୍ରେସ୍ ଏକ ଅତ୍ୟାଧୁନିକ ଟ୍ରେନ ଏବଂ ଯାତ୍ରୀଙ୍କ ଆରାମଦାୟକ ଯାତ୍ରା ପାଇଁ ଏହି ଟ୍ରେନରେ ବ୍ୟବସ୍ଥା ରହିଛି । ଟ୍ରେନ ଭିତରେ ବାୟୋ ଟଏଲେଟ୍, ମୁଭିଂ ଚେୟାର ଭଳି ଅନେକ ଆରାମଦାୟକ ବ୍ୟବସ୍ଥା ରହିଛି । ଟ୍ରେନର ବେଗ ଘଣ୍ଟାକୁ 130 କିଲୋମିଟର ରହିଥିବା ବେଳେ ପରବର୍ତ୍ତୀ ସମୟରେ ଏହାର ବେଗ 180 କିଲୋମିଟରକୁ ବୃଦ୍ଧି ପାଇବ । ଫଳରେ ବହୁ କମ୍ ସମୟରେ ଯାତ୍ରୀମାନେ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବ । ଏବେ ଦେଶରେ ନଅଟି ରୁଟରେ ଏହି ଟ୍ରେନ୍ ଚଳାଚଳ କରୁଛି । ହାଓଡାରୁ ପୁରୀ ରୁଟରେ ଆଜି ଟ୍ରାଏଲ ରନ୍ କରାଯାଇଛି । ବନ୍ଦେ ଭାରତ ଚଳାଚଳ ଦ୍ବାରା ପୁରୀ ଭଳି ତୀର୍ଥକ୍ଷେତ୍ରକୁ ଯାତ୍ରୀଙ୍କ ଯାତାୟତ ସୁବିଧା ହୋଇପାରିବ ।

LEAVE A REPLY

Please enter your comment!
Please enter your name here