ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ. ତେଣୁ ଡାକ୍ତରୀ ପେଶା ହେଉଛି ମହାନ ପେଶା । ଏହା ଏକ ମିଶନ ହେବା ଉଚିତ, କମିଶନ ନୁହେଁ । ନିଜ ଭିତରେ ପ୍ରଥମେ ସ୍ୱଚ୍ଛତା ଆଣିବା ଆବଶ୍ୟକ । ଶରୀର, ମନ ଓ ଧନରେ ସ୍ୱଚ୍ଛତା ରହିବା ଉଚିତ୍ । ଶନିବାର ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଗ୍ୟାନ ସଂସ୍ଥାର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଏଭଳି ସ୍ୱଚ୍ଛତାର ପାଠ ପଢାଇଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ଭୁବନେଶ୍ୱର ଏମ୍ସର ପ୍ରଥମ ସମାବର୍ତ୍ତନ ଉସôବରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ୫୦ ଜଣ ଏମବିବିଏସ ଏବଂ ୫୬ ଜଣ ନର୍ସିଂ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଛନ୍ତି ଏବଂ ୨୩ ଜଣଙ୍କୁୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଛନ୍ତି । ଏହାସହ ଭେଙ୍କୟା ନାଇଡୁ ଏମ୍ସ ପରିସରରେ ଏକ ନାଇଟ ସେଲଟର , ବର୍ଣ୍ଣ ୟୁନିଟ ଏବଂ ଧର୍ମଶାଳାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।
ସେହିପରି ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏମ୍ସ ପରିସରରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତ୍ତିମୁର୍ତ୍ତି ସ୍ଥାପନ କରାଯିବ ବୋଲି ଘୋଷଣା କରିଛନ୍ତି । କାର୍ଯ୍ୟକ୍ରମ ପରେ ଉପରାଷ୍ଟ୍ରପତି ବାୟୁ ସେନାର ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here