ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଏକାଠି ହୋଇଛନ୍ତି ଶହ ଶହ ଶିକ୍ଷକ । ଶିକ୍ଷକ ମାନଙ୍କୁ ରାଲି କରିବାକୁ ଅନୁମତି ନମିଳିବାରୁ ପ୍ରଦର୍ଶନୀ ପଡିଆରେଏକାଠି ହୋଇଛନ୍ତି । ଆଜି ବିଭିନ୍ନ ଦାବି ନେଇ ଶିକ୍ଷକମାନେ ଲୋୟର ପିଏମଜିରେ ରାଲି କରିବାର କାର୍ଯ୍ୟକ୍ରମ ଥିଲା । ତେବେ ଶେଷ ମୁହୂର୍ତ୍ତରେ କମିଶନରେଟ ପୋଲିସ ଏହି ରାଲିକୁ ଅନୁମତି ଦେଇନଥିଲା । ଫଳରେ ବାଧ୍ୟ ହୋଇ ପ୍ରଦର୍ଶନୀ ପଡିଆରେ ଏକାଠି ହୋଇଛନ୍ତି ପ୍ରତିବାଦ କରିବାକୁ ଆସିଥିବା ଶହଶହ ଶିକ୍ଷକ । ପୋଲିସର ବିନା ଅନୁମତି ସତ୍ତ୍ୱେ ଏକାଠି ହୋଇ ସରକାର ବିରୋଧରେ ଲଢେଇ କରାଯିବ ବୋଲି ସଂଘ କହିଛି । ସେହିପରି ଡ୍ରେସକୋର୍ଡକୁ ବର୍ଜନ କରିଛି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ।

LEAVE A REPLY

Please enter your comment!
Please enter your name here