ପୁଡୁଚେରୀରେ ୧୧ ଦିନ ସ୍କୁଲ ଛୁଟି । H3N2 ଭାଇରସ ସଙ୍କ୍ରମଣ ସ୍ଥିତିକୁ ନେଇ ଆସନ୍ତାକାଲିଠାରୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ପୁଡୁଚେରୀ ଶିକ୍ଷାମନ୍ତ୍ରୀ । ତେବେ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଛୁଟି କରାଯାଇଛି । ପୁଡୁଚେରୀରେ H3N2 ଭାଇରସ ସଙ୍କ୍ରମଣ ବଢୁଥିବାରୁ ଏହି ଘୋଷଣା କରିଛନ୍ତି ଶିକ୍ଷାମନ୍ତ୍ରୀ । ଶ୍ୱାସକ୍ରିୟାର ସମ୍ମୁଖୀନ ହେଉଛନ୍ତି ସଙ୍କ୍ରମିତ । ଗତକିଛି ଦିନ ମଧ୍ୟରେ ଦେଶରେ ଥଣ୍ଡା, ଜର ଥିବାଭଳି ଲକ୍ଷଣ ଥିବା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଜାନୁଆରୀ ୨ରୁ ମାଚ୍ଚ ୫ ତାରିଖ ମଧ୍ୟରେ ଦେଶରେ ୪୫୧ H3N2 ଭାଇରସ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ହରିୟାଣାରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିଲା । ସୋମବାର ଗୁଜୁରାଟରେ ଏହି ଭାଇରସ ଆକ୍ରାନ୍ତଙ୍କ ପ୍ରଥମ ରୋଗୀଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୭ ଆକ୍ରାନ୍ତଙ୍କର H3N2ରେ ସଙ୍କ୍ରମିତ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here