ତୁହାକୁ ତୁହା ବର୍ଷା ହେଉଛି । ହେଲେ ଏ ବର୍ଷାକୁ ଖାତିର ନକରି ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ କରୁଛନ୍ତି ଚୁକ୍ତିଭିତ୍ତିକ କର୍ମଚାରୀ । ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ଦାବିରେ
ହଜାର ହଜାର କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଡାକରାରେ ପ୍ରବଳ ବର୍ଷା ସତ୍ତ୍ୱେ ରାଜଧାନୀରେ ହଜାର ହଜାର ଚୁକ୍ତି ଭିତ୍ତିକ କର୍ମଚାରୀ ଏକାଠି ହୋଇ ରାଜ୍ୟ ସରକାରଙ୍କ ଚୁକ୍ତିଭିତ୍ତିକ କର୍ମଚାରୀ ନିଯୁକ୍ତି ନୀତିକୁ ବିରୋଧ କରିଛନ୍ତି । କର୍ମଚାରୀ ମହାସଂଘ ନେତା ପ୍ରଭାତ ମହାନ୍ତି ଓ ବିଜୟ ମଲ୍ଲଙ୍କ ନେତୃତ୍ବରେ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଚୁକ୍ତିଭିତ୍ତିକ କର୍ମଚାରୀ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରିବା ଏବଂ ନିଯୁକ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବାକୁ ଦାବି କରିଛନ୍ତି । ଅନେକ ସମୟରେ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଚୁକ୍ତି ଭିତ୍ତିକ କର୍ମଚାରୀ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରୁଥିଲେ ହେଁ ବର୍ଷ ବର୍ଷ ଧରି ନିଯୁକ୍ତି ହେଉନାହିଁ । ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ରାଜ୍ୟର ଲକ୍ଷ ଲକ୍ଷ ବେକାର ଯୁବକଯୁବତୀ ହଇରାଣ ହେଉଛନ୍ତି । ବେକାର ଯୁବକଙ୍କ ଭବିଷ୍ୟତ ସହ ଖେଳ ଖେଳିବା ବନ୍ଦ ନ କଲେ ପରିସ୍ଥିତି ଭୟାବହ ହେବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here