କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ରାତି ତମାମ ପଚରାଉଚରା କରାଯାଇଥିଲା । ପଚରାଉଚରା ସମୟରେ ସାଘାଂତିକ ତଥ୍ୟ ସାମ୍ନାକୁ ଆସିଛି । ମମିତାଙ୍କୁ କିଭଳି ଭାବରେ ହତ୍ୟା କରାଯାଇଥିଲା? ଏବଂ ହତ୍ୟା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ କରିଥିଲା ମମିତାଙ୍କ ସହିତ ? କିଭଳି ଭାବରେ ମମିତାଙ୍କୁ ହତ୍ୟା କରିଥିଲା ? କିଭଳି ଭାବରେ ମୃତ ଦେହକୁ ଜାଳିଥିଲା? ଏହି ଘଟଣାରେ କିଏ କିଏ ସହଯୋଗ କରୁଥିଲେ? ମମିତାଙ୍କ ପାଖରେ ଯେଉଁ ପ୍ରମାଣ ଥିଲା ତାକୁ କୌଣସି ଜାଗାରେ ପ୍ରଘଟ ନକରିବା ପାଇଁ ମାଣିକେଶ୍ୱରୀ ମନ୍ଦିରକୁ ଯାଇ ଶପଥ କରିବା ପାଇଁ ମମିତାଙ୍କୁ ବାଧ୍ୟ କରିଥିଲା ଗୋବିନ୍ଦ । ମମିତା ସିଧାସଳଖ ବାରଣ କରିଦେଇଥିଲେ । ପରେ ରାଗି ଯାଇଥିଲା ଗୋବିନ୍ଦ । ମିଛି କହି ମମିତାଙ୍କୁ ଗାଡିରେ ବସାଇକି ନେଇଥିଲା । ରାସ୍ତାରେ ଉଭୟଙ୍କ ଭିତରେ ବଚସା ହୋଇଥିଲା । କୁରୁସୁର ମୁଖ୍ୟ ରାସ୍ତା କଡରେ ମମିତାଙ୍କ ତଣ୍ଟିଚିପି ହତ୍ୟା କରିଥିଲା ଗୋବିନ୍ଦ । ଗାଡିରେ ଶବ ରଖି ସହଯୋଗୀ ରାଧେକୁ ଫୋନ କରିଥିଲା । ଏବଂ ସଂଧ୍ୟାରେ ଶବକୁ ପୋଡି ପୋତି ଦେଇଥିଲା । ଏହି ଘଟଣାରେ ଗାତ ଖୋଳିଥିବା ଜେସିବି ଡ୍ରାଇଭର ଅଟକ ରହିଛି । ଏବଂ ଗୋବିନ୍ଦଙ୍କ ସହଯୋଗୀ ରାଧେ, ଯିଏ ଟାୟାର ଆଣି ରଖିଥିଲା ସେ ମଧ୍ୟ ଅଟକ ରହିଛି । ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ ।














