ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ରାଜନୈତିକ ବିବାଦ ଆଜି ନୂଆ ମୋଡ ନେଇଛି । ମୁହଁ ଖୋଲିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ବତୀ । ବିକାଶର ଅର୍ଥ ନୁହେଁ ତୀର୍ଥସ୍ଥଳର ଅସ୍ଥିତ୍ବକୁ ବିଲୋପ କରିବା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁ ରେ ଯାହା ଚାଲିଛି, ତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶଙ୍କରାଚାର୍ଯ୍ୟ । ପରିକ୍ରମା ପ୍ରକଳ୍ପ ନାଁ ରେ ସରକାର ପରମ୍ପରା ପ୍ରାପ୍ତ ମଠ, ମନ୍ଦିରକୁ ଭାଙ୍ଗିଦେବା ଠିକ୍ ହୋଇନି ବୋଲି ସେ କହିଛନ୍ତି । ଲୋକମତ ଆଧାରରେ ନିର୍ଦ୍ଧିଷ୍ଟ ଦଳ ସରକାରରେ ରହିଛି । ତା ଅର୍ଥ ନୁହେଁ ଲୋକଙ୍କ ଆସ୍ଥା ରହିଛି ଭାବି ଓଡିଶାର ଧାର୍ମିକ ରାଜଧାନୀ ପୁରୀର ଆଦର୍ଶ, ସଂସ୍କୃତିକୁ ବିକୃତ କରିବା । ଆଜି ଯେଉଁ ଲୋକମତ ରାଜନୈତିକ ଦଳ ସପକ୍ଷରେ ରହିଛି, ଆସନ୍ତାକାଲି ତାହା ବଦଳି ଯାଇପାରେ । ସରକାର ବିକାଶ ନାଁରେ ପୁରୀ ଭଳି ତପସ୍ଥଳୀକୁ ଭୋଗସ୍ଥଳିରେ ପରିଣତ କରୁଛନ୍ତି । ପୁରୀ ସହର ଏବେ ଧାର୍ମିକ ସହର ପରିବର୍ତ୍ତେ ସୁରା ସୁନ୍ଦରୀଙ୍କ ସହରରେ ପରିଣତ ହେବାକୁ ବସିଛି । ଏଥିରୁ ନିବୃତ୍ତ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ଜାରି ରଖିଲେ ଦେବାଦେବୀ କୋପ କରିବେ ବୋଲି ଏବଂ ଓଡିଶାକୁ ବିପଦ ମାଡି ଆସିବ ବୋଲି ସେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here