ସମ୍ଭାବ୍ୟ ତୃତୀୟ ଲହରର ପ୍ରତିହତ ପାଇଁ ପୂର୍ଣ୍ଣ ସଜାଗ ହେବାକୁ ନିର୍ଦ୍ଦେଶ । ଜିଲ୍ଲାପାଳ, ଏସପି ଓ ସିଡିଏମଓ ମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଭିସି ମାଧ୍ୟମରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ କଥା ହୋଇ ଏହି ନିର୍ଦ୍ଦେଶ ଦେଇଛନ୍ତି । ସବୁ ଅଞ୍ଚଳରେ ବାସ୍ତବ ସ୍ଥିତି ନେଇ ସଠିକ ସୂଚନା ସଂଗ୍ରହ ଉପରେ ଗୁରୁତ୍ୱ । ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ । ଘରକୁ ଘର ଅଭିଯାନ ମାଧ୍ୟମରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । କୋଭିଡ ଗାଇଡଲାଇନକୁ ପୂର୍ଣ୍ଣ ମାତ୍ରାରେ ମାନିବାକୁ ମୁଖ୍ୟ ସଚିବ କହିଛନ୍ତି । ନିୟମ ଭାଙ୍ଗୁଥିବା ବ୍ୟକ୍ତି ଓ ଅନୁଷ୍ଠାନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅ । କୋଭିଡ ମୃତକଙ୍କ ପରିବାରକୁ ସୁଗମ ଢଙ୍ଗରେ ସହାୟତା ରାଶି ପହଁଞ୍ଚାଅ ।

LEAVE A REPLY

Please enter your comment!
Please enter your name here