କେବେ ଭାଙ୍ଗିବ ତପସ୍ୱିନୀଙ୍କ ତପସ୍ୟା । ବ୍ରହ୍ମପୁର ବ୍ରହ୍ମାନଗରରେ ୭ଦିନ ହେବ ଧାରଣାରେ ବସିଛନ୍ତି ନବବଧୂ ତପସ୍ୱିନୀ । ଗତକାଲି କୋର୍ଟରେ ଶୁଣାଣି ଥିବାବେଳେ ଏସଡିଜେମ ଅନୁପସ୍ଥିତ ଥିବାରୁ ଏହି ଶୁଣାଣି ୨୯ ତାରିଖକୁ ଘୁଞ୍ଚିଥିଲା । କିନ୍ତୁ ୨୯ ପର୍ଯ୍ୟନ୍ତ ତପସ୍ୱିନୀ ଓରଫ ଡିମ୍ପଲଙ୍କୁ ବ୍ରହ୍ମପୁର ମେଡିକାଲ ସାମ୍ନାରେ ଥିବା ସଖୀ ସେଣ୍ଟରରେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତପସ୍ୱିନୀଙ୍କର ଏକା ଜିଦ୍ , ଯଦି ରହିବେ ସ୍ୱାମୀ ଏବଂ ଶାଶୂ ଘର ଲୋକଙ୍କ ପାଖରେ ରହିବେ । କୋର୍ଟରୁ ବାହାରି କାନ୍ଦି କାନ୍ଦି ସିଧା ଅଟୋରେ ଧାରଣାସ୍ଥଳରେ ପହଁଞ୍ଚିଥିଲେ । ତପସ୍ୱିନୀଙ୍କୁ ନ୍ୟାୟ ଦିଆଯାଉ ବୋଲି ବିଭିନ୍ନ ମହଲରୁ ପ୍ରତିକ୍ରୀୟା ପ୍ରକାଶ ପାଉଛି ।

LEAVE A REPLY

Please enter your comment!
Please enter your name here