ଆଉ ଦିନ କେଇଟା ପରେ ପାଳନ କରାଯିବ ନୂଆଖାଇ । ପଶ୍ଚିମ ଓଡିଶାର ପ୍ରସିଦ୍ଧ ଏହି କୃଷିଭିତିକ ପର୍ବ ପାଇଁ ମା ସମଲେଶ୍ୱରୀଙ୍କ ଲଗ୍ନ ଧାର୍ଯ୍ୟ କରାଯାଇଛି । ଝାଡ଼ୁଆପଡ଼ା ବ୍ରହ୍ମପୁରା ମନ୍ଦିର ପଣ୍ଡିତ ମହାସଭାରେ ଏହି ଲଗ୍ନ ଧାର୍ଯ୍ୟ କରାଯାଇଛି । ସେପ୍ଟେମ୍ବର ୩ରେ ନବାନ୍ନ ଲାଗି ପାଇଁ ଦିନ ଧାର୍ଯ୍ୟ ହୋଇଛି । ଏହି ନବାନ୍ନ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେବ । ଏହାକୁ ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ଠାକୁରାଣୀଙ୍କ ନିକଟରେ ଲାଗି କରାଯିବ । ନବାନ୍ନ ଲାଗି ନେଇ ଲଗ୍ନ ନିର୍ଘଂଟ ହେବା ପରେ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡକୁ ଏ ନେଇ ଲିଖିତ ଭାବରେ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here