ପୁଣି ଆଉ ଏକ ଭୟଙ୍କର ଯୁଦ୍ଧର ଆରମ୍ଭ । ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଭୟଙ୍କର ଯୁଦ୍ଧ ସ୍ଥିତି । ଦୁଇ ଦେଶ ମଧ୍ୟରେ ଥିବା ସୀମା ବିବାଦ ବିପଜ୍ଜନକ ରୂପ ନେଇଛି । ସୀମାରେ ଗୁଳିବିନିମୟ ପରେ ଫାଇଟର ଜେଟ୍ ଏଫ୍-୧୬ ମୁତୟନ କରିଛି ଥାଇଲାଣ୍ଡ। ଏହାସହ ଆକାଶ ମାର୍ଗରୁ ଆକ୍ରମଣ ମଧ୍ୟ କରିଛି । ଥାଇଲାଣ୍ଡର ବୋମାମାଡ଼ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଂଚିଛି । ଏହି ସଂଘର୍ଷରେ ୧୫ ରୁ ଅଧିକ ନାଗରିକ ଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଅନ୍ୟପଟେ ଥାଇଲାଣ୍ଡର F-16 ଯୁଦ୍ଧ ବିମାନ କମ୍ବୋଡ଼ିଆର ଦୁଇଟି ସୈନ୍ୟ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବା ପରେ ସଂଘର୍ଷକୁ ଆହୁରି ତୀବ୍ର ହୋଇଛି।














