ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ପୁଣିଥରେ ସିବିଆଇ ସମନ କରିଛି । ଚାକିରୀ ପାଇଁ ଜମି ସ୍କାମରେ ଇଡି ଏକକାଳୀନ 24ଟି ସ୍ଥାନରେ ଚଢଉ କରିବା ପରେ ସିବିଆଇ ତେଜସ୍ବୀ ଯାଦବଙ୍କୁ ଜେରା କରିବା ପାଇଁ ସମନ କରିଛି । ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ବେଳେ ଲ୍ୟାଣ୍ଡ ଫର୍ ଯବ୍ ସ୍କାମ ହୋଇଥିଲା । ରେଳ ବିଭାଗରେ ଚାକିରୀ ଦେବା ବଦଳରେ ଯାଦବ ପରିବାର ଜମି ନେଉଥିଲେ । ଚାକିରୀ ପାଉଥିବା ଯୁବକ ଯୁବତୀଙ୍କ ପରିବାର ଯାଦବ ପରିବାର ନାଁରେ ଅତି କମ୍ ମୂଲ୍ୟରେ ଜମି ରେଜିଷ୍ଟ୍ରି କରୁଥିଲେ । ଏହି ସ୍କାମରେ ସଂପୃକ୍ତ ଥିବା ଅଭିଯୋଗରେ ତେଜସ୍ବୀଙ୍କୁ ସମନ କରିଛି ସିବିଆଇ । ପୂର୍ବରୁ ମଧ୍ୟ ସିବିଆଇ ତେଜସ୍ବୀଙ୍କୁ ସମନ କରିଥିଲେ ମଧ୍ୟ ସେ ସିବିଆଇରେ ହାଜର ହୋଇ ନ ଥିଲେ ।

LEAVE A REPLY

Please enter your comment!
Please enter your name here