ଶେଷରେ ବହୁ ପ୍ରତୀକ୍ଷିତ ଜାନିବିଲି ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ରେଶମୀ ସହର ବ୍ରହ୍ମପୁରବାସୀଙ୍କୁ ନବୀନ ଏହି ଉପହାର ଦେଇଛନ୍ତି. 431 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ପ୍ରକଳ୍ପ ବ୍ରହ୍ମପୁରବାସୀଙ୍କ ଜଳ ସମସ୍ୟାକୁ ଦୂର କରିବାରେ ସହାୟକ ହେବ. ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଆସ୍କା, ହିଞ୍ଜିଳିକାଟୁ, ଶେରଗଡ ଓ କୁକୁଡାଖଣ୍ଡି ବ୍ଲକର ପ୍ରାୟ 51ଟି ଗାଁରେ ଜଳ ଯୋଗାଣ ସମସ୍ୟା ଦୂର ହୋଇପାରିବ. ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିଛନ୍ତି. ଏହାଛଡା ନବୀନ ରାଜ୍ୟର 114ଟି ସହରାଞ୍ଚଳ ପାଇଁ ସ୍ମାର୍ଟ ପାର୍କ, ଆଦର୍ଶ ଶ୍ମଶାନ ନିର୍ମାଣ ଓ ଉନ୍ନତିକରଣ କାର୍ଯ୍ୟର ଶିଳାନ୍ୟାସ ମଧ୍ୟ କରିଛନ୍ତି. ଏହି ଯୋଜନାରେ ସମଗ୍ର ରାଜ୍ୟର ସହରାଞ୍ଚଳରେ 200ଟି ସ୍ମାର୍ଟ ପାର୍କ 6 ମାସ ମଧ୍ୟରେ 200 କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ. ଏହାଛଡ଼ା 200 କୋଟି ଟଙ୍କା ବ୍ୟୟରେ ସହରାଞ୍ଚଳଗୁଡ଼ିକରେ ଶବଦାହ ଗୃହ ମଧ୍ୟ ନିର୍ମାଣ କରାଯିବ ବୋଲି ନବୀନ ଘୋଷଣା କରିଛନ୍ତି.

LEAVE A REPLY

Please enter your comment!
Please enter your name here