ବଜ୍ରପାତରେ ତିନିଜଣଙ୍କ ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ବାଘୁଆଶୋଳ ଗ୍ରାମରେ । ସ୍ଥାନୀୟ ୩ ଜଣପିଲା ଛେଳି ନେଇ ଚରାଇବାକୁ ପଦାକୁ ନେଇଥିଲେ । ତେବେ ମଧ୍ୟାହ୍ନ ସମୟରେ ଆରମ୍ଭ ହୋଇଥିଲା ବର୍ଷା ସହ ଘଡଘଡି, ବର୍ଷାରୁ ରକ୍ଷା ପାଇବା ପାଇଁ ନିକଟରେ ଥିବା ଏକ ଗଛ ତଳେ ଆଶ୍ରୟ ନେଇଥିଲେ । ହଠାତ ସେହି ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ୩ ପିଲାଙ୍କ ସହ ୭ଟି ଛେଳିର ମୃତ୍ୟୁ ହୋଇଥିଲା । ମୃତକ ପିଲାମାନେ ହେଲେ ଜଗନ୍ନାଥ ନାଏକଙ୍କ ୧୨ବର୍ଷର ପୁଅ ବାରସା ନାଏକ, ରାଧା ନାଏକଙ୍କ ୧୪ବର୍ଷର ପୁଅ ସୁଜିତ ନାଏକ, କାଳି ଚରଣ ନାଏକଙ୍କ ୧୬ ବର୍ଷର ପୁଅ ବାବଲୁ ନାଏକ । ଘଟଣା ସମ୍ପର୍କରେ ପ୍ରଚାର ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପରେ ଖବରପାଇ ଚାନ୍ଦୁଆ ଥାନା ପୋଲିସ ଘଟଣାସ୍ଥଳରେ ମୃତଦେହ ଜବତ କରି ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ବାରିପଦା ହସ୍ପିଟାଲ ପଠାଇଥିବା ଜଣାପଡ଼ିଛି । ଅନ୍ୟପଟେ ବଜ୍ରପାତରେ ମୃତକଙ୍କ ପରିବାରକୁ ତୁରନ୍ତ ସରକାର କ୍ଷତିପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here