ଘର ବାହାରେ ମାଣ ବସାଇଲା ବୋହୂ । ଫଳ ମୂଳ ପୂଜା ସହିତ ବିଧିବିଧାନରେ କରିଛି ଲକ୍ଷ୍ମୀପୂଜା । ୪ଦିନ ହେବ ବ୍ରହ୍ମପୁର ବ୍ରହ୍ମାନଗର ଦ୍ୱିତୀୟ ଲେନରେ ନ୍ୟାୟ ଭିକ୍ଷା କରି ଶଶୁର ଘର ସାମ୍ନାରେ ଧାରଣା ଜାରି ରଖିଛନ୍ତି ତପସ୍ୱିନୀ ଦାଶ । ଶଶୁର ଘର ଆଗରେ ନ୍ୟାୟ ଦାବିରେ ବସିଛନ୍ତି ତପସ୍ୱିନୀ ଓରଫ ଡିମ୍ପଲ । ଆଜି ମାର୍ଗଶୀର ପ୍ରଥମ ଗୁରୁବାର ଥିବାରୁ ଶାଶୂ ଘରକୁ ଯିବାକୁ ଅନୁମତି ନଥିବାରୁ ଦାଣ୍ଡରେ କରୁଛନ୍ତି ଲକ୍ଷ୍ମୀପୂଜା । ଅନ୍ୟପଟେ ପୀଡିତାଙ୍କ ସପକ୍ଷରେ ଗତକାଲି ରାତିରେ ସାହି ବାସିନ୍ଦା ମେଳି ହୋଇଥିଲେ ବି ସେମାନଙ୍କୁ ଆଇନର ପାଠ ପଢାଇବା ପରେ ସେମାନେ ପଳାଇଥିଲେ । ଯୁବତୀ ଜଣଙ୍କ ବାହା ହେବା ପାଇଁ ଜିଦ୍ ରେ ଅଟଳ ଥିବାବେଳେ ଗତକାଲି ଡାକ୍ତର ସୁମିତ ଏବଂ ତାଙ୍କ ବାପା ତପସ୍ୱିନୀଙ୍କ ସହିତ ବାହାଘର ହୋଇଥିବା ନେଇ ସ୍ୱିକାର କରିଛନ୍ତି । ବାହାଘର ପାଇଁ ପୂର୍ବରୁ ସ୍ଥିର ହୋଇଥିଲା । କିନ୍ତୁ ତପସ୍ୱିନୀ ଘରେ ଗଣ୍ଡୋଗୋଳ କରି ବାହାରିଯାଇଥିଲେ ବୋଲି ସୁମିତ କହିଛନ୍ତି । ତେବେ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରାଯାଇଥିବା କହିଛନ୍ତି ସୁମିତ ।

LEAVE A REPLY

Please enter your comment!
Please enter your name here