ବିଜୁ ଜନତା ଦଳରୁ ବରିଷ୍ଠ ନେତା ଡା. ଦାମୋଦର ରାଉତଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବହିଷ୍କାର କରିବା ପରେ ବରିଷ୍ଠ ବିଜେଡି ନେତାମାନେ ଡା.ଦାମୋଦର ରାଉତଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଲେଣି । ଦାମବାବୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର । ଗ୍ୟାଙ୍ଗଷ୍ଟର ଟିଟୋ ସହ ଦାମ ରାଉତଙ୍କ ସମ୍ପର୍କ ଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ତଦନ୍ତ ଚାଲିଛି ଏବଂ ସତ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି ।
ଦାମ ଜଣେ ଦୋମୁହାଁ ବ୍ୟକ୍ତି ଏବଂ ରାଜ୍ୟବାସୀ ତାଙ୍କୁ କ୍ଷମା ଦେବେନି ବୋଲି ସୂର୍ଯ୍ୟପାତ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶିଳ୍ପ ବିଭାଗ ଅଫିସକୁ ରାଉରକେଲାରୁ ପାରାଦୀପକୁ ଆଣି ଜ୍ୱାଇଁଙ୍କ ଘରେ ଚଳାଇ ଦୂର୍ନୀତି କରୁଥିବା ଅଭିଯୋଗ ଆଣିଛନ୍ତି ସୂର୍ଯ୍ୟ । ପାରାଦୀପରେ ଥିବା ଇଫକୋ କମ୍ପାନୀ ଉପରେ ଦାଦାଗିରି କରି ନିଜ ପୁଅର କମ୍ପାନୀ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିବା ସୂର୍ଯ୍ୟ ଅଭିଯୋଗ ଆଣିଛନ୍ତି
ଅନ୍ୟପଟେ ଏହାର ଜବାବ୍ ରଖିଛନ୍ତି ଦାମବାବୁ । ଟଙ୍କା ଓ କ୍ଷମତା ପାଇଁ ମନ୍ତ୍ରୀ ସୂର୍ଯ୍ୟପାତ୍ର ସବୁ କିଛି କରିପାରନ୍ତି ଏବଂ ସ୍ୱାର୍ଥ ପାଇଁ ସୂର୍ଯ୍ୟ ଯେ କୌଣସି ସ୍ତରକୁ ଯାଇପାରିବେ ବୋଲି ସେ ଅଭିଯୋଗ କରିଛନ୍ତି । ଯଦି ସାହାସ ଅଛି ଇଂଟରପୋଲକୁ ତାଙ୍କ ଦୁର୍ନୀତିର ତଦନ୍ତ ଦାୟିତ୍ୱ ଦେବାକୁ ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here