ବିଜେଡ଼ିରୁ ବହିଷ୍କୃତ ହେବା ପରେ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ନୂଆ ଆଞ୍ଚଳିକ ଦଳ ଗଢ଼ିବା ନେଇ ହେଉଥିବା ଆଲୋଚନାର ଅନ୍ତ ଘଟିଛି । ଆଜି ମଧ୍ୟାହ୍ନରେ ରାଜଧାନୀର ଏକ ତାରକା ହୋଟେଲରେ ସାମ୍ବାଦିକ ସମ୍ମିଳନୀରେ ବିଧିବଦ୍ଧ ଭାବେ ନୂଆ ଦଳର ଗଠନ ବିଷୟରେ ଘୋଷଣା କରିଛନ୍ତି ବରିଷ୍ଠ ବିଧାୟକ ଡା. ଦାମୋଦର ରାଉତ। ନିଜକୁ ବିଜୁ ଅନୁଗତ କହି ଆସୁଥିବା ଦାମ ବିଜୁଙ୍କ ନାମ ଅନୁସାରେ ଦଳ ଗଠନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ତାଙ୍କ ସହ ବ୍ରଜ କିଶୋର ତ୍ରିପାଠୀ ଏବଂ ଯଜ୍ଞେଶ୍ୱର ବାବୁ ଉପସ୍ଥିତ ଥିଲେ । ନୂଆ ଦଳ ଘୋଷଣା କରିବା ପରେ ସମ୍ମିଳନୀରେ ବରିଷ୍ଠ ନେତା ଶ୍ରୀ ରାଉତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। କୃଷି ସମସ୍ୟା, ବେକାରୀ ସମସ୍ୟା ଓ ସରକାରଙ୍କ ପ୍ରଶାସନିକ ଅଧିକାରୀଙ୍କ ଦୁର୍ନୀତିକୁ ନେଇ ସମାଲୋଚନା କରିବା ସହ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଲଢେଇ କରାଯିବା ‘ବିଜୁ ସମତାକ୍ରାନ୍ତି’ ଦଳର ଲକ୍ଷ୍ୟ । ବିଶେଷତଃ ଦଳରେ ଯୁବକମାନଙ୍କୁ ଯୋଗଦେବା ନେଇ ଆହ୍ୱାନ କରାଯିବ ବୋଲି ବରିଷ୍ଠ ନେତା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here