କାନାଡା ସରକାର ଭାରତୀୟ କୂଟନୀତିଜ୍ଞଙ୍କୁ ଦେଶରୁ ବହିଷ୍କାର ଆଦେଶ ଦେବା ପରେ ଭାରତ ସରକାର ଅନୁରୂପ ଭାବେ କାନାଡା କୂଟନୀତିଜ୍ଞଙ୍କୁ ପାଞ୍ଚଦିନ ଭିତରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାନାଡାସ୍ଥିତ ଭାରତୀୟ କୂଟନୀତିଜ୍ଞ ଖଲିସ୍ଥାନୀ ଆତଙ୍କବାଦୀ ତଥା କାନାଡା ନାଗରିକ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ସଂପୃକ୍ତ ଥିବା ଦର୍ଶାଇ କାନାଡା ସରକାର ଭାରତୀୟ କୂଟନୀତିଜ୍ଞ ତଥା କାନାଡା ସ୍ଥିତ ଭାରତୀୟ ଗୁଇନ୍ଦା ସଂସ୍ଥା ର ମୁଖ୍ୟଙ୍କୁ ଦେଶ ଛାଡିବାକୁ ଆଦେଶ ଦେଇଥିଲେ । କାନାଡା ସରକାରଙ୍କ ଏହି ଆଦେଶକୁ ଭାରତ ଖଣ୍ଡନ କରିଥିଲେ ହେଁ କାନାଡା ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଯେସାକୁ ତେସା ନୀତିରେ ଭାରତ ସରକାର ଆଜି କାନାଡାର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ପାଞ୍ଚଦିନ ଭିତରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତ ସରକାର ଅଭିଯୋଗ କରିଛନ୍ତି, ଭାରତରେ ଅବସ୍ଥାପିତ ଏହି କାନାଡା କୂଟନୀତିଜ୍ଞ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିଲେ ।
ଅପରପକ୍ଷରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ କହିଛନ୍ତି, କାନାଡା ମାଟିରେ କାନାଡା ନାଗରିକଙ୍କୁ ହତ୍ୟା କରାଯିବା ଆଦୌ ଗ୍ରହଣୀୟ ନୁହେଁ ।
ଜି-20 ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନଙ୍କୁ କାନାଡାସ୍ଥିତ ଭାରତୀୟ କୂଟନୀତିଜ୍ଞଙ୍କ ଉପରେ ଖଲିସ୍ଥାନୀ ସମର୍ଥକଙ୍କ ଆକ୍ରମଣ ନେଇ ଉଦବେଗ ପ୍ରକାଶ କରିଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ଉଦବେଗ ପରେ କାନାଡା ସରକାର ଆସନ୍ତା ଅକ୍ଟୋବରରେ ଭାରତ ସରକାରଙ୍କ ସହ ହେବାକୁ ଥିବା ବିଣିଜ୍ୟୟକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି ।
ଅଜଣା ଆତତାୟୀଙ୍କ ଆକ୍ରମଣରେ ନିହତ ହୋଇଥିବା ଖଲିସ୍ଥାନୀ ନେତା ହରଦୀପ ସିଂ ନିଜ୍ଜାରର ଜନ୍ମ ପଞ୍ଜାବର ଜଳନ୍ଧର ସହରରେ ହୋିଥିଲେ ହେଁ 1997ରୁ ସେ କାନାଡା ନାଗରିକ । ମାତ୍ର 1997ରୁ ସେ କାନାଡାରେ ରହୁଥିଲେ ହେଁ ଭାରତରେ ଆତଙ୍କବାଦୀ କାର୍ଯ୍ୟ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା । ଖଲିସ୍ଥାନୀ ଟାଇଘର ଫୋର୍ସର ସେ ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି । ଜଳନ୍ଧରରେ ଜଣେ ହିନ୍ଦୁ ପୂଜକଙ୍କୁ ହତ୍ୟା କରିବା, 2007ରେ ପଞ୍ଜାବର ବୋମା ବିସ୍ଫୋରଣ କରାଇବା ଏବଂ ବ୍ରିଟେନ, କାନାଡାରେ ଭାରତୀୟ କୂଟନୀତିଜ୍ଞଙ୍କ ଉପରେ ଆକ୍ରମଣ କରିବା ଘଟଣାରେ ସେ ସଂପୃକ୍ତ । ଏପରିକି ଭାରତର ଆତଙ୍କବାଦୀ ନିରୋଧ ସ୍କ୍ବାର୍ଡ ପକ୍ଷରୁ ହରଦୀପକୁ ଧରାଇଦେବା ପାଇଁ ସୂଚନା ଦେଲେ 10 ଲକ୍ଷ ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here