କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଦିଲ୍ଲୀରେ ଲାଗିଲା ସପ୍ତାହାନ୍ତ କର୍ଫ୍ୟୁ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗଣମାଧ୍ୟମ ଆଗରେ ଏହି ଘୋଷଣା କରିଛନ୍ତି । ଗୋଟିଏ ଦିନରେ 17 ହଜାର ସଂକ୍ରମିତ ଚିହ୍ନଟ ହେବା ଏବଂ ଦିନକରେ 104 ଜଣଙ୍କର ମୃତ୍ୟୁ ହେବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କେବଳ ଜରୁରୀକାଳିନ ସେବାକୁ ଅନୁମତି ଦିଆଯାଇଛି । ସିନେମା ହଲରେ 30 ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯାଇଛି । ରେଷ୍ଟୁରାଣ୍ଟରେ ବସି ଖାଇବା ଉପରେ କଟକଣା ଜାରି କରାଯାଇଛି । ତେବେ ହୋମ୍ ଡେଲିଭରୀକୁ ଅନୁମତି ଦିଆଯାଇଛି । ମଲ୍, ଜିମ୍, ସ୍ପା ପ୍ରଭୃତିକୁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ବିବାହ ଆଦି କାର୍ଯ୍ୟ ପାଇଁ ସ୍ବତନ୍ତ୍ର ପାସ୍ ଯୋଗାଇଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏୟାରପୋର୍ଟ, ରେଲଷ୍ଟେସନ ଯାଉଥିବା ଲୋକଙ୍କୁ ଟିକେଟ ଦେଖି ଛାଡିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here