ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଏତେ ବଢିଯାଇଛି ଯେ, ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଭୟଙ୍କର ବିପଦ ସୃଷ୍ଟି କରିଛି । ଆଜି ସୁପ୍ରିମକୋର୍ଟ ପ୍ରଦୂଷଣ ମାତ୍ରା କମାଇବା ପାଇଁ ଦିଲ୍ଲୀ ଓ ଏନସିଆର ଅଞ୍ଚଳକୁ ଦୁଇଦିନ ପାଇଁ ଲକଡାଉନ ଘୋଷଣା କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ । ତେବେ ଲକ୍ ଡାଉନ ନିଷ୍ପତ୍ତି ପୂର୍ବରୁ ଦିଲ୍ଲୀ ସରକାର ସପ୍ତାହେ ପାଇଁ ଦିଲ୍ଲୀରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଟ୍ବିଟ୍ କରି ସ୍କୁଲ ଛୁଟି ବିଷୟ ଘୋଷଣା କରିଛନ୍ତି । ଆସନ୍ତା ସୋମବାର ଠାରୁ ସପ୍ତାହେ ପାଇଁ ସମସ୍ତ ସ୍କୁଲ ବନ୍ଦ ରହିବ ।

ସେହିପରି ଆସନ୍ତାକାଲି ଠାରୁ 17 ତାରିଖ ଯାଏଁ ଦିଲ୍ଲୀରେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ସରକାରୀ କର୍ମଚାରୀ ଘରେ ରହି କାର୍ଯ୍ୟ କରିବାକୁ କୁହାଯାଇଛି ।

ପ୍ରଦୂଷଣ ମାତ୍ରା ବୃଦ୍ଧି ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । କଳକାରଖାନା ଓ ଗାଡି ମଟରରୁ ନିର୍ଗତ ଧୂଆଁ ଦିଲ୍ଲୀବାସିନ୍ଦାଙ୍କ ପାଇଁ ବିପଦ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here