ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାକୁ ଜୋରଦାର ଝଟକା । ଝଟକା ଦେଇଛନ୍ତି ଜଣେ ସାଧାରଣ ପରିବା ବେପାରୀ । କେରଳର କୁନ୍ନିକୋଡ ଥାନାରେ ଏତଲା ଦେଇଛନ୍ତି ପରିବା ବ୍ୟବସାୟୀ ଏସ. ଫଓ୍ବାଜ୍ ।

ରାହୁଲ ଗାନ୍ଧୀ କେରଳରୁ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଥିବା ବେଳେ କେରଳ କଂଗ୍ରେସର କର୍ମୀମାନେ ଏଥିପାଇଁ ଚାନ୍ଦା ଆଦାୟ କରିବାରେ ଲାଗି ପଡିଛନ୍ତି । ଭାରତ ଯୋଡୋ ଯାତ୍ରାର ବ୍ୟାନର ଧରି ତିନିଜଣ କଂଗ୍ରେସ କର୍ମୀ କୋଲ୍ଲମ ଅଞ୍ଚଳରେ ପରିବା ବ୍ୟବସାୟୀ ଏସ. ଫଓ୍ବାଜଙ୍କୁ ଜୋର ଜବରଦସ୍ତ 2 ହଜାର ଟଙ୍କା ଚାନ୍ଦା ଦେବାକୁ କହିଥିଲେ । ମାତ୍ର ଫଓ୍ବାଜ ପାଞ୍ଚଶହ ଟଙ୍କା ଦେଇଥିଲେ । ଏଥିରେ ଉତକ୍ଷିପ୍ତ କଂଗ୍ରେସ କର୍ମୀମାନେ ବ୍ୟବସାୟୀଙ୍କୁ 2 ହଜାର ଟଙ୍କା ନ ଦେଲେ ମାରିବାକୁ ଧମକ ଦେଇଥିଲେ । କଂଗ୍ରେସ କର୍ମୀଙ୍କ ଏଭଳି କାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନ୍ୟପକ୍ଷରେ ବ୍ୟବସାୟୀ ଫଓ୍ବାଜ କୁନ୍ନିକୋଡ ଥାନାରେ ଏତଲା ଦେଇଛନ୍ତି । ଅଭିଯୁକ୍ତ ତିନିଜଣ କଂଗ୍ରେସ କର୍ମୀଙ୍କ ମଧ୍ୟରେ କେରଳ ଯୁବ କଂଗ୍ରେସର ସାଧାରଣ ସଂପାଦକ ଏଚ. ଅନିଶ ଖାନ ମଧ୍ୟ ଅଛନ୍ତି । ଭିଡିଓ ଭାଇରାଲ ହେବା ପରେ କେରଳ ପ୍ରଦେଶ କଂଗ୍ରେସ କମିଟି ସଭାପତି କେ. ସୁଧାକରନ ତିନି କଂଗ୍ରେସ କର୍ମୀଙ୍କୁ ଦଳରୁ ସସପେଣ୍ଡ କରିଛନ୍ତି ।
ରାହୁଲ ଗାନ୍ଧୀ କନ୍ୟାକୁମାରୀ ଠାରୁ କାଶ୍ମୀର ଯାଏଁ ଭାରତ ଯୋଡୋ ଯାତ୍ରାରେ 150 ଦିନରେ 3500 କିଲୋମିଟର ପଦଯାତ୍ରାରେ ବାହାରିଥିବା ବେଳେ ଏଥିପାଇଁ ତୃଣମୂଳସ୍ତରରେ କଂଗ୍ରେସ କର୍ମୀଙ୍କ ଚାନ୍ଦା ଆଦାୟ ଘଟଣା ରାହୁଲଙ୍କ ଯାତ୍ରା ବଡ ଝଟକା ଦେଇଛି ।

LEAVE A REPLY

Please enter your comment!
Please enter your name here