ଦୁଇଦିନ ଧରି ଲଗାଣ ବର୍ଷାରେ ବେହାଲ ଓଡିଶା । ରାଜଧାନୀଠୁ ଗାଁ ଯାଏଁ ସବୁଠି ପାଣି । ସହର ତଳି ଅଞ୍ଚଳରେ ଲୋକେ ପାଣି ଘେରରେ, ଗ୍ରାମାଞ୍ଚଳରେ ବି ଲୋକେ ପାଣି ଘେରରେ । ଲଗାଣ ବର୍ଷା ଯୋଗୁ କେତେକ ଅଞ୍ଚଳରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଲୋକଙ୍କ ଘର ଭିତରେ ପାଣି ପଶିଯାଇଛି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ସବୁଠି ପାଣି । ପଶ୍ଚିମ ଓଡିଶା ବି ବର୍ଷାରେ ଉବୁଟୁବୁ । ଆସନ୍ତାକାଲି ଯାଏଁ ପ୍ରଚଣ୍ଡ ବର୍ଷା ସମ୍ଭାବନା ପାଇଁ ପାଣିପାଗ ବିଭାଗ ଦଶଟି ଜିଲ୍ଲାକୁ ରେଡ୍ ଓ୍ବାଣିଂ ଦେଇଛି । ଏହିସବୁ ଜିଲ୍ଲାଗୁଡିକ ମଧ୍ୟରେ ରହିଛି ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ବୌଦ୍ଧ, ବରଗଡ, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର । ପ୍ରବଳ ବର୍ଷା ଯୋଗୁ ଆଜି ଦଶଟି ଜିଲ୍ଲାରେ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଥିବା ବେଳେ ଆସନ୍ତାକାଲି 14ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here