ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷଦିନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ତିନି ଦଳର ପ୍ରାର୍ଥୀ । ପ୍ରଥମେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ନାମାଙ୍କନ ଦାଖଲ କରିଥିଲେ । ଦଳୀୟ ନେତାଙ୍କ ଗହଣରେ ଶୋଭାଯାତ୍ରାରେ ଆସି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଥିଲେ ବର୍ଷା । ବାପାଙ୍କ ସ୍ୱପ୍ନକୁ ପୂରଣ କରିବେ ବୋଲି ବର୍ଷା ସିଂ ବରିହା କହିଛନ୍ତି । ବର୍ଷାଙ୍କ ପରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ ମଧ୍ୟ ନାମାଙ୍କନ ଭରିଥିଲେ । ପ୍ରଚାର ମଇଦାନ ସରଗରମ ହୋଇଛି । ଆଜି ଗୋଟିଏ ଦିନରେ ୩ ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରୁଥିବାରୁ ସରଗରମ ହୋଇଥିଲା ପ୍ରଚାର । ଆସନ୍ତା ୫ ତାରିଖରେ ନିର୍ବାଚନ ହୋଇ ୮ ତାରିଖରେ ଫଳାଫଳ ଘୋଷଣା ହେବ ।

LEAVE A REPLY

Please enter your comment!
Please enter your name here